Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ଶାଢ଼ୀ ଶୃଙ୍ଗାର

ଶାଢ଼ୀ ଶୃଙ୍ଗାର

1 min
193



ତୁମ ଆକର୍ଷଣ ପାଇଁ ଯାହା ଚିତ୍ତାକର୍ଷକ ବସନ,

ପରିହିତ ପ୍ରତି ଶାଢ଼ୀ ପାଇଲା ଏକ ଶୀର୍ଷ

ଶ୍ରେଷ୍ଠ ଆସନ |୧|


ନାରୀ ଶିରୋମଣି ହୋଇ କରିଲ କେତେ ପ୍ରକାର ଶାଢ଼ୀ ଶୃଙ୍ଗାର,

ସମ୍ବଲପୁରୀ ଖଣ୍ଡୁଆପାଟ ନୂଆପାଟଣା ଶାଢ଼ୀ ହେଉଛି ଶ୍ରେଷ୍ଠ ଅଳଙ୍କାର |୨|


ନୟନପ୍ରୀତିକର ବେଶଭୂଷା ବଢ଼ାଇଲା ତୁମ ଆତ୍ମଗୌରବ ଅହଙ୍କାର,

ଆକୃଷ୍ଟ ଅଭିନବ ରୂପ ଦେଖି ମୋ ମନରେ ଉପକ୍ରମ କରିଲା ପ୍ରଣୟ ନାଦ ର ଝଙ୍କାର |୩|


ଓଢ଼ଣୀ ଭିତରେ ଲୁଚିଗଲା ତୁମ ଘନ କେଶପାଶ,

ସିନ୍ଦୁର ଅଳଙ୍କୃତ ସୁନ୍ଦର ବଦନ ସୃଷ୍ଟି କରିଲା ପ୍ରୀତିକର ପ୍ରେମପାଶ |୪|


ପ୍ରଲୋଭକ ପଣତକାନି କରିଛି ମୋ ଦୃଷ୍ଟିକୁ କେନ୍ଦ୍ରୀଭୂତ,

ତୁମ ପରି ରୂପବତୀର ରୂପରେଖ ପରିକଳ୍ପନାରେ ହେଲି ମୁଁ ବଶୀଭୂତ |୫|


ଜାଣି ପାରୁ ନାହିଁ ବାଛିବି ଯେ କୋଉ ରଙ୍ଗର ଶାଢ଼ୀଶିରପା,

ସମସ୍ତ ରୂପଲାବଣ୍ୟ ଲୁଗାରେ ତୁମେ ଲାଗ ଯେମିତି ଅପରୂପା ରୂପା |୬|


ପୂଜା ପାର୍ବଣ ଉତ୍ସବ ରେ ପାରମ୍ପରିକ ଶାଢ଼ୀ ଲାଗେ ସମ୍ମାନାସ୍ପଦ,

ଏହି ପରିଧାନ ହେଉଛି ଭାରତୀୟ ସଂସ୍କୃତିର ସୁରମ୍ୟ ରୂପସମ୍ପଦ |୭|



Rate this content
Log in