ପ୍ରଶ୍ନ କାଳିଆକୁ
ପ୍ରଶ୍ନ କାଳିଆକୁ
ତୋ ଇଛାରେ ଏଠି ହୁଏ ସବୁ କିଛି
ସଭିଙ୍କ କଲ୍ୟାଣ ପାଇଁ
ତଥାପି ଘଟଇ ମୋ ଜୀବନେ ଯାହା
ବିବ୍ରତ ହୁଏ କି ପାଇଁ???
ଯାହା ପାଇଁ ଯାହା ମଙ୍ଗଳ ହିଁ ତାହା
ଦୃଢ ବିଶ୍ୱାସ ମୋହର
ତେବେ ବି କାହିଁକି ଗୋଟିଏ ମୂହୁର୍ତ୍ତ
ପାରୁନାହିଁ ହୋଇ ସ୍ଥିର???
ମୋ ବିବ୍ରତ ମନକୁ ଆଉ କେତେ ଦିନ
ଜାଣୁ ଏକା ତୁ କାଳିଆ
ସତରେ କି ଏହା ହେବ ନାହିଁ ଶେଷ
ନ ଛାଡିଲେ ଏ ଦୁନିଆ???
ଚିତ୍ତ ରଞ୍ଜନ ଲେଙ୍କା (କଟକ)©