ରାଧାକୁ ହେଉଛି ବାଧା
ରାଧାକୁ ହେଉଛି ବାଧା
କାଜଲ କାଦମ୍ବିନୀ ଖୁଣ୍ଟିଆ
ଅରିମୂଳ, ଆର. କେ. ପାଟଣା,
କେନ୍ଦ୍ରାପଡ଼ା.
କେଉଁ ଦୋଷେ କାହ୍ନୁ
ମତେ ଦେଉଛ କଷ୍ଟ
ସତେ ଜାଣି ପାରୁନାହିଁ
ମୁହିଁ...
ଭୁଲି ଗଲ ସବୁ ବିତେଇ
ଥିବା ଅତୀତରେ ଆମ
କେଳି କୁଞ୍ଜବନେ
ଝୁଲଣାରେ ବସି
ତମେ ଚାହିଁ ଥାଅ ଟିକେ
କଣେଇ...
ତୁମ ସାଥେ ସମୟ
ବିତେଇବା ପାଇଁ
ଘରେ ମିଛ କହି
ଛପି ଛପି ଆସେ
ମୋ ପ୍ରାଣନାଥଙ୍କୁ
ନୟନେ ମନ ଭରି
ଦେଖିବାକୁ...
ତୁମ ମିଷ୍ଠ ଭାଷି
ବଚନ ଶୁଣିବା ପାଇଁ
କର୍ଣ୍ଣ ମୋର ଅଥୟ
ହୁଏ ସମର୍ପି ଦିଏ
ପ୍ରାଣକୁ...
କହିଥିଲ କାହ୍ନୁ ତମେ
ମତେ ତୁମ ପାଶରୁ
ଦୂରେଇ ଦବନି କେବେ...
ଦେଇଥିବା ବଚନ ସତେ
ଅବା ଭୁଲି ଗଲ ରୁକ୍ମୁଣୀଙ୍କୁ
ପାଶେ ପାଇ ରଖିଛ କି
ନାଇଁ ମତେ ତୁମ ହ୍ରୁଦେ...
ତୁମ ବିନା କ୍ରୁଷ୍ଣ ଅଟଇ
ଅଧୁରା ମୋ ବିନା
ଅଧୁରା ଅଟଇ ରାଧା...
ମୁଁ ଶରୀର ହେଲେ ତମେ
ହେଉଛ ମୋ ଆତ୍ମା
ମୁଁ ଗୀତ ହେଲେ ତମେ
ସଙ୍ଗୀତର ମୂର୍ଚ୍ଛନା ଗୋ ରାଧା...
କିନ୍ତୁ ତମେ ଆଜି ସବୁ
ପ୍ରତିଶୃତି କିପରି ଭୁଲିଲ
କେଉଁ ଅପରାଧେ ମୋ
ହ୍ରୁଦୟକୁ ଦେଲ ଯେ
ଅନେକ ବାଧା....
ଗୋପ ଛାଡି ତମେ
ମଥୁରା ଗଲ ଫେରିଅାସିବ
ଦେଇଥିଲ କେତେ
ବଚନ...
ଅଫେରା ଫଗୁଣ ପରି
ନ ଫେରିଲ ଆଉ
ପାଶୋରିଲ ମନୁ ଦେଇଥିବା
ବଚନ...
ରାଧାକୁ ଭୁଲି ରୁକ୍ମିଣୀକୁ
କଲ ଅର୍ଦ୍ଧାଙ୍ଗିନୀ ସେ
ହେଲେ ତୁମ ଜୀବନ
ସଙ୍ଗିନୀ...
କେଉଁ ଦୋଷେ ରାଧାକୁ
ଦେଉଛ ଦୁଃଖ
ତୁମକୁ ଝୁରି ଝୁରି
ହେଲି ମୁଁ ବାୟାଣୀ...
ହ୍ରୁଦୟକୁ ମୋର ହେଉଛି
ବାଧା ଖୋଜି ହୁଏ
କୁଞ୍ଜବନରୁ ନେଇ ଯମୁନା
ତୀରେ...
ରୁକ୍ମୁଣୀ ପ୍ରେମେ ମଜ୍ଜିଜ ତୁମେ
ଯେତେ ଭାଳି ହେଲେ
ମୁଁ ଯେ ତୁମେ କି ଶୁଣୁଛ
ବାରେ...
ତୁମ ବିନା ଯମୁନାର ଜଳ
ବହୁନି ବି ଦିବା ନିଶି
ଝୁରଇ କାହ୍ନୁଙ୍କୁ ଫେରିଅାସ
ମୋ କୂଳେ ରାଧାରାଣୀ
ଝୁରି ଝୁରି କ୍ଷୀଣ ହେଲେଣି...
ରାଧାକୁ ହେଉଛି ବାଧା
କାହ୍ନୁ ବିନା ରାଧା ଆଖିରୁ
ଝରଇ ଲୁହ ତୁମକୁ ଯେ
ଭାଳି ଭାଳି ଏଇ
ଅଭିମାନିନୀ...
ଦୁନିଆଁ ଆଗରେ ତୁମ
ପ୍ରେମୀକା ସଜେଇ
କରିଲ କେତେ ରାସଲୀଳା...
ଲୋକ ଲଜ୍ୟା ଭୁଲି ତୁମକୁ
ପ୍ରାଣ ସମର୍ପିଲି ସେଇ
ପ୍ରାଣକୁ ଆଜି କଲ
ଖଣ୍ଡବିଖଣ୍ଡିତ...
ରାଧାକ୍ରୁଷ୍ଣ ଯୁଗଳ ମୂରତି
ପ୍ରେମର ପ୍ରତୀକ ହୁରି
ପଡିଅଛି ତମେ ରୁକ୍ମିଣୀଙ୍କୁ
ବିବାହ କରି କେତେ କାଠୁ
ସହୁଛି ଅପବାଦ ହ୍ରୁଦୟେ
ଦଉଛ ଦୁଃଖ...
ଭୁଲି ପାରୁନାହିଁ ତୁମ ପ୍ରେମକୁ
ହ୍ରୁଦୟେ ରଖିଛି ସାଇତି
ତମେ ଦିଅ ଯେତେ ଯାହାକୁ
ମନ କିନ୍ତୁ ମୋ ମନ ତୁମକୁ
ତୁମ ମନ ସାଥିରେ ଗୁନ୍ଥିଛି...
ରାଧାକୁ ହେଉଛି ବାଧା
ସେ କଥା କିଏ ବୁଝୁଛି
ଝୁଲଣ ଖାଲି ପଡ଼ିଛି
କଳସି ମୋ ରୁଷିଛି
କେମିତି ରହିଲ କାହ୍ନୁ
ରାଧାକୁ ମୁରୁଛି...