Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

0.2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ନୂଆଁଖାଇ ଆଜି ଆସିଛି ‐୨—

ନୂଆଁଖାଇ ଆଜି ଆସିଛି ‐୨—

1 min
6.7K


ଟିକେଶ୍ବର ସାହୁ,ନଳବନ୍ଧ, ଦେବଗଡ଼


ନୂଆଁଖାଇ ଆଜି ଆସିଛି ‐୨—

କେତେ ନୂଆ ଆଶା କେତେ ନୂଆ ସ୍ବପ୍ନ,ମନ ମଧ୍ଯେ ଭରି ଦେଇଛି | ୦|

ଜୁହାର ମା' ସମଲେଇ, ଜୁହାର ମା' ଗ୍ରାମଶିରୀ ,

ମା' ମହାଲକ୍ଷ୍ମୀ ଜୁହାର କରୁଛି‐୨—

ସର୍ବ‐ ଦେବତା ବନ୍ଦନା କରୁଛି |୧|

ଜୁହାର ବଡ଼ବଡ଼ୁଆ, ଜୁହାର କରୁଛି ନୂଆ,

ବଡ଼ ଗୁରୁଜନେ ଜୁହାର କରୁଛି‐୨—

ପାଦରେ ମୁଣ୍ଡିଆ ମାରୁଛି |୨|

ନୂଆ ଅନ୍ନ ନୂଆ ଜୀବନ

ଭରିଦିଏ ନୂଆ ସପନ,

ଜୁହାରଭେଟରେ ବେଳ ଗଡ଼ୁଅଛି‐୨‐

ନୂଆ ନୂଆ ସବୁ ଲାଗୁଛି |୩|

ଖେଳର ଆସର ଜମୁଛି,

ପାନ ଖିଆ ମଜା ଲାଗୁଛି,

ମଜା ମଜଲିସ ଆନନ୍ଦ ଉତ୍ସବ‐୨‐

ଭାଇଚାରା ଆଣି ଦେଉଛି |୪|

——————*———————

| ତା୧୪.୯.୨୦୧୮ |


Rate this content
Log in

Similar oriya poem from Inspirational