ଏଇ ତ ଜୀବନ ?
ଏଇ ତ ଜୀବନ ?
ଏଇ ତ ଜୀବନ ?
ଜନ୍ମ ଆଉ ମୃତ୍ୟୁ ମଧ୍ୟସ୍ଥ କେଇଟା ସମୟ
ଅନବରତ ଘୁର୍ଣ୍ଣୟମାନ ଘଣ୍ଟାକଣ୍ଟାର ଟିକ୍ ଟିକ୍ ଶବ୍ଦରେ
ଉତଫ୍ରୁଳିତ ହୋଇ ; ଫଳପ୍ରାପ୍ତିର ଆଶା ବିନା
କର୍ମ କରିଚାଲୁଥିବା ପରିଶ୍ରମୀ ।
ଏଇ ତ ଜୀବନର ଚଳାବାଟ
ଯେହ୍ନେ ନାଟ ପରେ ନାଟ
ପ୍ରତି ମୁହୂର୍ତ୍ତରେ ଅଭିନୟ
ତା' ପୁଣି ବାସ୍ତବତାପୂର୍ଣ୍ଣ ଅଭିନୟ
ଅନୁଶୀଳନ ତଥା ସାଜସଜ୍ଜାର ଅନୁପସ୍ଥିତିରେ...
କେବେ ସୁଖରେ ;ଦୁଃଖର...
ପୁଣି ଦୁଃଖରେ ; ସୁଖର... ।
ଏଇ ତ ଜୀବନ ?
ଏଇ ତ ଜୀବନ ?
ଏଇ ତା'ର ଚଳାବାଟ
ହୁଅଇ ଯେହ୍ନେ ଅନେକଙ୍କ ସାଥେ ଭେଟ
କୁଆଁ..କୁଆଁ.. କାନ୍ଦକୁ ବେଦରଦୀ ଭାବେ ଶୁଣୁଥିବା ମାଟିକାନ୍ଥଠୁ
ହୃଦୟାବିହିନ କୋକେଇ ପର୍ଯ୍ୟନ୍ତ
ଏହା ମଝିରେ କେତେ ଯେ ମୁଖା ପିନ୍ଧା ବ୍ୟକ୍ତିତ୍ୱ
ବାବୁ , ଆଜ୍ଞା , ସାହେବ୍ .....।
ଭାବ ବୀଜର ଅଂକୁର ସହ ସମ୍ପର୍କ ରଜ୍ଜୁର ଦୃଢତା
ସେଇଠୁ ସୃଷ୍ଟି ସମ୍ପର୍କ ।
କେଇଟା ସ୍ୱାର୍ଥରେ...ତ , କେଇଟା ନିସ୍ୱାର୍ଥ ପ୍ରେମରେ..।
ଏଇ ତ ଜୀବନ ?
ସମୟର ତାଳେ.. ତାଳେ... ଚନ୍ଦ୍ରସୂର୍ଯ୍ୟ
ଭଦ୍ର ସମାଜରେ କେଇଟା ଭଦ୍ରମୁଖାର ସଂସ୍ପର୍ଶରେ..
ମନରେ ସ୍ୱାର୍ଥ ବୀଜର କ୍ରମବୃଦ୍ଧି ସ୍ତରେ..ସ୍ତରେ..
ପ୍ରାୟ ସମ୍ପର୍କ ତୁଟି ଯାଏ
ଭୁସ୍ ଭାସ୍ ହୋଇ ଭାଙ୍ଗିଯାଏ ସ୍ବପ୍ନର ତାଜମହଲ
ଏକଦମ୍ ବାଲିଘର ପରି ।
ହେଲେ..,
ଏମିତିବି ସମ୍ପର୍କ କିଛି ଅତୁଟ ରହିଯାଏ
କାଳ କାଳ ଯାଏ...।
ସତେକି କୃଷ୍ଣ-ସୁଦାମା ସଂପର୍କ ପରି
ଏକଲବ୍ୟ- ଦ୍ରୋଣାଚାର୍ଯ୍ୟ ପରି...
ହଁ..., ପୁଣି କେଦାର- ଗୌରୀ ପରି....।