ଦୁଃଖ
ଦୁଃଖ
ଏଇ ଦୁଃଖ ଶବ୍ଦ କରିଥାଏ ସ୍ତବ୍ଧ ଜୀବ ଭାବନାର ପଥ
ହେଲେ ଅଜଣାତେ ଜୀବ ରଖେ ସାଥେ ବହୁଳେ ଏ ଶବ୍ଦ ସାଥ ।
ସୁଖି ବୋଲି କେହି କେବେ କୁହେନାହିଁ ସଦା କୁହେ ସ୍ବୟେଂ ଦୁଃଖି
ଅନ୍ତହୀନ ଏଇ ଭାବନା ଗ୍ରାସଇ ମାନବତା ପରିପ୍ରେକ୍ଷୀ ।
ରଚିଛି ଯା' ବିଧି ଜୀବନ ପରିଧି ତାକୁ ଯେ' ନପାରେ ବୁଝି
ହା-ହୁତାଶମୟେ ଜୀବନ ବିତାଏ ସରବଦା ଦୁଃଖେ ମଜ୍ଜି ।
ତାକୁ ଦୁଃଖ ଏଡି ଯାଏନାହିଁ ଛାଡି ଯାବତ ଜୀବନ ଯାକ
ଯେ' ନିନ୍ଦଇ ବିଧି ବିଧାନ ଆରୋଧି ଅଜ୍ଞାନେ ନିଜ ବିବେକ ।
ଏଇ ଦୁଃଖ ଦୁଇଭାଗେ ପ୍ରବଳଇ କାୟିକ ଓ ମାନସିକ
ବାହ୍ୟ ରୂପେ ପ୍ରାପ୍ତି କି ଅବା ଅପ୍ରାପ୍ତି ବୋଲାଏ କାୟିକ ଦୁଃଖ ।
ଅନୁଶୋଚନା ହିଁ ଥାଏଟି ବୋଲାଇ ମାନସିକ ଦୁଃଖ ବୋଲି
ଦଳିଦିଏ ଏହା ମାନବ ପଣିଆଁ ଏଥିରେ ଯେ' ଯାଏ ଭଳି ।