Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ନୂଆ ଯନ୍ତା

ନୂଆ ଯନ୍ତା

1 min
6.9K


ଅନ୍ତରୁ ଅନ୍ତର ଭାବନା,

କରି କରାଏ ସଂଭାବନା ।

ଅବନା କରେ ବହୁଜାତ,

ଅବନୀରେ ସଂଜାତ ।

ନଥାଇ ଅନୁସନ୍ଧାନରେ,

କିଲାଭ ନର ଜୀବନରେ ।

କିଲୋଭ କଲମ ଚାଷରେ,

କେବଳ ବେଳ କଳସରେ ।

ଶିଖି ମନେଇ ସାଜି ନରେ,

ପାଇକ ଲୁଚନ୍ତି ବନରେ ।

କଲମ ଧାରରେ କଳଙ୍କ,

ଚଳାଇବାକୁ ହାତ ବାଙ୍କ ।

ଶାୟକ ନାୟକ ହସ୍ତରୁ,

ଖସି ପଡ଼େବେଳ ନସରୁ ।

କାହାଣୀ ଅବା କିମ୍ବଦନ୍ତୀ,

ଆହା ଗାୟକ ନଜାଣନ୍ତି ।

ଅଚଳ ଏଜାତି ପସରା

ଚଳୁ କରିବା ଚିନ୍ତାଧାରା ।

ସଜାଇ ଦେଖାଦିଏ ଧରା,

ଇତିହାସ ବିକୃତ ଧାରା ।

ବିଛାଇ ଆହାର ପୁଡ଼ିଆ,

ବସିଛି ଗୁପତେ ପଡ଼ିଆ

ଧନ୍ୟ ଲୁବ୍‌ଧକ ଧନ୍ୟ ଚିନ୍ତା

ଗଢି ରଖିଥା ନୂଆଯନ୍ତା ।


Rate this content
Log in