Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Romance Abstract Others

2  

Prakash Ranjan Parida

Romance Abstract Others

ଏବେ ଏବେ ବୁଝୁଛି

ଏବେ ଏବେ ବୁଝୁଛି

1 min
6.3K


ମକୁ ଅପେକ୍ଷା କରିବାରେ ବି ଅଛି ଗୋଟାଏ

ମିଠା ମିଠା ଅନୁଭବ,

ଏବେ ମୁଁ ପ୍ରସ୍ତୁତ- ଅପେକ୍ଷା କରିବାକୁ

ଦିନ ଦିନ, ବର୍ଷ ପରେ ବର୍ଷ, ତମାମ ଆୟୁଷ;

ଏବେ ଏବେ ଦୁଃଖ ନାହିଁ- ନାହିଁ ଅବସୋସ

ତମ ସ୍ମୃତିର ସ୍ନିଗ୍ଧ ଛୁଆଁ

ମତେ ଯନ୍ତ୍ରଣା ଦେଉନି ବରଂ ଗୋଟେ ମିଠା ଆଶ୍ଳେଷରେ

ମେଣ୍ଟିଯାଉଛି ଓରମାନ ।

ଆଉ କେଉଁଠି ନୁହେଁ ବିଶ୍ବାସରେ ତମ ସାମ୍ନାରେ

ଖୋଲିଦେଇଛି ମନ,

ଆତ୍ମାର ଆହ୍ବାନକୁ କହିନପାରିବାର ଅବସୋସ ନେଇ

ବଞ୍ଚିବା ଅପେକ୍ଷା-

ତମକୁ ଅପେକ୍ଷା କରିବାରେ ମତେ ମିଳିଛି ବଞ୍ଚିବାର ରାହା ।

କଷ୍ଟ ଦେଇଛି ତମ ନିରବତା

କିଛି ଅବୁଝାପଣରେ ନିଜକୁ ନିଜେ ମନେ କରିଛି ଶତ୍ରୁ

କିନ୍ତୁ ତୁମେ ବିଶ୍ବାସ କର କି ନକର

ତୁମେ ନୁହଁ ତୁମ ସ୍ମୃତି ମନ୍ତୁରା ଧୂଳି ପରି

ମନରୁ ଦୂରେଇ ଦେଇଛି ଦୁଃଖ,

ଶିଖାଇଛି ଲୁହକୁ ଅମୃତରେ ରୂପାନ୍ତର କରିବାକୁ

ଅଦ୍ଭୁତ ଏକ କୌଶଳ ।।

ପ୍ରକାଶ ରଂଜନ ପରିଡ଼ା

‘ନିଶିପ୍ରଦୀପ’, କଏଳପାଳ, ବାତୋ

କେନ୍ଦୁଝର- 758043

ମୋ: 9438080583

e.mail: litp.ranjan@gmail.com


Rate this content
Log in