ଇଏ ଭାଗ୍ଯ ପ୍ରଦୋଷ
ଇଏ ଭାଗ୍ଯ ପ୍ରଦୋଷ
××××××××××××
ପଙ୍କଜିନୀ ଉପାଧ୍ଯାୟ ( ମିତା )
ଅରଙ୍ଗାବାଦ।
~~~~~
ଆପଣାର ପର ପର ଆପଣାର
ଆପଣା ଆପଣା ବୋଧ
ସମୟ ସାଗରେ ବିସ୍ମୁତ ଗର୍ଭରେ
କେ କରିବ ଅବରୋଧ।
ଆପଣାର ଭାବ ପାରିକର ନାବ
ବିଚାର ବିମର୍ଷ ନାହିଁ
ହୃଦୟ ଦୌବଲ୍ଯ ମନରେ ପ୍ରାବଲ୍ଯ
ଅନ୍ଧାରକୁ ଦେଖ ନାହିଁ।
ହସ ଭରିଦିଅ ସୁଖ ବାଣ୍ଟିଦିଅ
କରନା ଅନୁଶୋଚନା
ଲୋତକ ତୁମର ଅତି ଆପଣାର
ବୃଥାରେ ଆଉ ଝରାନା।
କବି ବୋଲାଇଲ କବିତା ଲେଖିଲ
ତା'ପାଇଁ ହେଲ ମହାନ
ଛାଡିଗଲା ପରେ କବିତା ଲେଖିଲ
ସାର୍ଥକ ହେଲା ଜୀବନ।
ଜୀବନ ଛକରେ ଦୁର୍ଦିନ ଆସିଲା
ଆସିଲା ଅନ୍ଧାର ରାତି
ଭାଗ୍ୟ ନୁହେଁ ଇଏ ଭୋଗର ସଳିତା
ଜାଳିଲା ତାହାର ମତି।
ଢାଳ ନାହିଁ ଲୁହ ନ ପିଉ ତ ଓଠ
ଝରୁ ଝରି ଝରି ହସ
ଆନନ୍ଦରେ ଢାଳ ଆନନ୍ଦର ଅଶ୍ରୁ
ମନରେ ନ ରହୁ ରୋଷ।