Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ତ୍ୱମୈବ ସର୍ବମ୍ ମମ ଦେବ ଦେବ

ତ୍ୱମୈବ ସର୍ବମ୍ ମମ ଦେବ ଦେବ

1 min
5.8K


'ପିତା ଧର୍ମ ପିତା ସ୍ବର୍ଗ' ସେତ ପୁରାଣ ପାଠର ମହାଗାଥା

ବାପା ତୁମେ ଚଳନ୍ତି ଠାକୁର ଦେବାଦେବୀ ସବୁ ପଛକଥା ।

ଉନେଇଶ ଅଣଚାଳିଶ ସାଲ ଚୈତ୍ର ପୂର୍ଣ୍ଣିମାର ପରଦିନ

ଜନ୍ମ ତୁମ ଗରାମ ଗ୍ରାମର ବାରଦା ଟି ହେଲା କର୍ମସ୍ଥାନ ।

ଅଳପ ବିଦ୍ୟାରେ ବାପା କରିଅଛ ଅସାଧ୍ୟ ସାଧନ

ତୁମ ଉପଲବ୍ଧି ହେଜ କଲେ ପଂଗୁର ବା ହିମାଦ୍ରି ଲଂଘନ ।

ସଦା ତୁମେ ସ୍ୱାଧୀନତା ପ୍ରିୟ ସନ୍ତାନଙ୍କ ସତେ ଅବା ବନ୍ଧୁ

କଳି ଗାଳି ସୀମାରୁ ଉର୍ଦ୍ଧ୍ୱରେ ଅବତାର ଦୟା ପ୍ରେମ ସିନ୍ଧୁ ।

ଅଳ୍ପାହାରି ମିତବ୍ୟୟୀ ତୁମେ ସୁଖ ଦୁଃଖ ସୀମାରୁ ଉର୍ଦ୍ଧ୍ୱରେ

ନିଜ ସୁଖ ଭୁଲିଥିଲ ତୁମେ ଆମପାଇଁ କେତେ ସ୍ନେହ ଭରେ ।

ସରଳ ଜୀବନଧାରା ତୁମ ଚିନ୍ତା ଧାରା ସତେ ଅବା ସ୍ୱର୍ଗ

ପରୋପକାରାୟ ସ୍ୱର୍ଗାୟ ସେଥିପାଇଁ ଜୀବନ ଉତ୍ସର୍ଗ ।

ସେବାଭରେ ସଦା ଆଗଭର ଶାସ୍ତ୍ର ଜ୍ଞାନେ ଅବା ବୃହସ୍ପତି

ନ୍ୟାୟ ମିମାଂସା ପ୍ରଦାନ କରୁଥାଅ ଯେହ୍ନେ ବାଚସ୍ପତି ।

ସ୍ମରଣ ଶକତି ଏତିକି ଭ୍ରମ ହୁଏ ଅବା ଜାତିସ୍ମର

ଅନାବିଳ ସ୍ନେହ ଆଗେ ତୁମ ନଥାଏ ଟି କପଟ ଆଚାର ।

ବାର୍ଦ୍ଧକ୍ୟ ବି ତୁମ ପାଖେ ହାରେ ସଦା ଥାଅ କର୍ମ ତତପର

ଶତାୟୁ ପୁରୁଷ ହୋଇ ବାପା ଯଶମାନ ତୁମ ବୃଦ୍ଧି କର ।


Rate this content
Log in