Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Writer Roja Panda

Others

5.0  

Writer Roja Panda

Others

ସ୍ନେହର ଡୋର

ସ୍ନେହର ଡୋର

1 min
494


ରାକ୍ଷୀ ନୁହେଁ ଏକ ଛୋଟିଆ ଡୋର

ଭାଇ ଭଉଣୀଙ୍କୁ କରଇ ମେଳ

ବନ୍ଧନ ପବିତ୍ର ଜନ୍ମ ଜନ୍ମର

ଭଉଣୀ ସୁରକ୍ଷା ଭାଇର ବଳ ।

ରକ୍ଷା କବଚଟେ ରାକ୍ଷୀର ଡୋର

ଭଉଣୀ ପାଇଁ କି ସଦା ଭାଇର 

ସବୁ ବିପଦରୁ ତାରିବା ପାଇଁ

ଭଉଣୀ ଠୁ ରାକ୍ଷୀ ବାନ୍ଧଇ ଭାଇ ।

ସବୁଠୁ ଉର୍ଦ୍ଧରେ ଏ ରାକ୍ଷୀ ଡୋର

ପ୍ରତୀକଟେ ଭାଇ,ଭୋଉଣୀଙ୍କର

ସ୍ନେହେ ବାନ୍ଧିବାକୁ ସଭିଙ୍କୁ ନେଇ

ବରଷକେ ଥରେ ଆସଇ ସେଇ ।

ଆସେ ସିନା ରାକ୍ଷୀ ବର୍ଷରେ ଥରେ

ଭରିଦିଏ ଶ୍ରଦ୍ଧା ଚିର ଅଧରେ 

ଭାଇ,ଭଉଣୀଙ୍କୁ ହସାଏ ସେଇ

ରକ୍ଷା ବନ୍ଧନର ନାମଟି ନେଇ ।


Rate this content
Log in