Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

3  

Ansuman Swain

Others

ମୁଁ ଗୋଟେ ଦୁଃଖୀ ମଣିଷ

ମୁଁ ଗୋଟେ ଦୁଃଖୀ ମଣିଷ

1 min
6.7K


ମୁଁ ଗୋଟେ ଦୁଃଖୀ ମଣିଷ

      ସୁଖ ମୋ ଭାଗ୍ୟରେ ନାହିଁ

ଭୋକରେ ଜୁଟୁଛି ପେଟ

      ଖାଇବାକୁ ଗଣ୍ଡେ ନାହିଁ ।

କେମିତି ବଞ୍ଚିବି ମୁହିଁ

       କହରେ କାଳିଆ ତୁହି...

ମୁଁ ଗୋଟେ ପାପୀ ମଣିଷ

      ପୁଣ୍ୟ ମୋ ଜାତକେ ନାହିଁ

ସୁଖ ତ ଗଲା ଦୁରେଇ

       ଦୁଃଖ ତ ଆସିଲା ଧାଇଁ ।

କେମିତି ବଞ୍ଚିବି ମୁହିଁ 

      କହ ରେ କାଳିଆ ତୁହି ....

ମୋତେ ତ ଲାଗୁଛି ଡର

     ମୁଁ ଗୋଟେ ପାପୀ ମଣିଷ

ସୁଖ କଣ ଜଣେ ନାହିଁ

       ମାରୁଛି ମିଛ ନିଶ୍ୱାସ ।

କେମିତି ବଞ୍ଚିବି ମୁହିଁ

       କହ ରେ କାଳିଆ ତୁହି ..

ମୋର ସୁଖର ସଂସାର

     ମୋତେ କରିଦେଲା ପର

ଦୁନିଆରେ କେହି ନାହିଁ

         ମୋର ଦୁଃଖ ବୁଝିବାର ।

କେମିତି ବଞ୍ଚିବି ମୁହିଁ

       କହ ରେ କାଳିଆ ତୁହି ...

ଯେ ଡାଳ ଧରୁଛି ମୁହିଁ 

       ସେ ଡାଳ ଯାଉଛି ନଇଁ

ମୁଁ ଗୋଟେ ମୂର୍ଖ ମଣିଷ

       ବିଦ୍ୟା ମୋ କପାଳେ ନାହିଁ ।

କେମିତି ବଞ୍ଚିବି ମୁହିଁ

      କହ ରେ କାଳିଆ ତୁହି ....


Rate this content
Log in