ତୁମେ ଶିରାବଣ ପାହାନ୍ତି ପହର
ତୁମେ ଶିରାବଣ ପାହାନ୍ତି ପହର
1 min
6.7K
ତୁମେ ଶିରାବଣ ପାହାନ୍ତି ପହର
ଆଭାକାନ୍ତ ମହାନ୍ତି
ତୁମେ ଶିରାବଣ ପାହାନ୍ତି ପହର
ବରଷାର ଟୁପୁଟୁପୁ,
ତୁମେ ଉପବନ ଫୁଲେଇ ସଞ୍ଜରେ
ଚଟପଟା ଗୁପୁଚୁପୁ । ୦ ।
ତୁମେ ଚଇତର ଝାଞ୍ଜି ଝିନ୍-ଝୋଟେ
ଜଳଜିରା ସରବତ,
ତୁମେ ଭୋଦୁଅର ଝରକା ଝୋଙ୍କାରେ
ଦୂର ନୀଳ ପରବତ,
ତୁମେ ଅଶିଣର ନଈପଠା କାଶ
କାଣ୍ଟିବଗ ଚୁପୁଚୁପୁ । ୧ ।
ତୁମେ କାର୍ତ୍ତିକର ମାଈ-କାକରରେ
ଗଜମଣ୍ଡାର ଗରମ,
ମକର ଯାତରା ପାହାନ୍ତିଆ ଶୀତେ
ଉଷୁମ ଚିନାବାଦାମ,
ଫଗୁଣେଇ ଦୂର ବଇଁଶୀର ସୁର
ହଜେ ମହୁ ଛାପୁଛାପୁ । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****