Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Others

3  

Arun Kumar Mitra

Others

ସବୁଜର ଅଭିଧାନ

ସବୁଜର ଅଭିଧାନ

1 min
6.8K


ସୁସ୍ଥ ସବଳ ସୁନ୍ଦର ଆଉ ସୁଖ ଶାନ୍ତିରେ ଭରା

ଯଦି ହେ ମାନବ ରଖିବାକୁ ଚାହଁ ଆମରି ବସୁନ୍ଧରା  ॥

ଯତ୍ନଶୀଳ ହେବା ପରିବେଶ ଲାଗି, କର ଆଜିଠାରୁ ବ୍ରତ

ଭବିଷ୍ୟତର ପିଲାଛୁଆ ଲାଗି, ଆସ ହେ ନେବା ଶପଥ  ॥

ରଚନା କରିବୁ ସବୁଜ ଦେଇକି ସୁନ୍ଦର ଅଭିଧାନ

ଫେରାଇବୁ ପୁଣି ସେ ଦିନର ପରି ଜଳସ୍ଥଳରେ ପ୍ରାଣ  ॥

ନଗର କିମ୍ବା ଛୋଟ ଜନପଦ ରହିବ ସବୁଜେ ଭରା

ବାର୍ଦ୍ଧକ୍ୟରେ ଆଣି ଯୌବନ, ଦୂର କରି ଦେବା ଜରା  ॥

ଫଳ ଫୁଲ ଡାଳେ ଖେଳିବେ ଚଢେଇ, କୋଇଲି ଗାଇବେ ଗୀତ

ବସନ୍ତ ଫୁଣି ଆସିବ ଫେରିକି, ଗଲାପରେ ସେହି ଶୀତ  ॥

ଘଞ୍ଚ ଜଙ୍ଗଲ ଆମ ମଙ୍ଗଳ ରହନ୍ତି ପକ୍ଷୀ ପଶୁ

ଖେଳନ୍ତି କେତେ ହରିଣ, ବ୍ୟାଘ୍ର, ଶୃଗାଳ, ସିଂହ ଶିଶୁ  ॥

ତାଙ୍କ କଥା ଆମେ ଭୁଲିବୁ କେମିତି

ସେମାନେ ଆମରି ଅଙ୍ଗ  ।

ସବୁଜ ଧ୍ଵଂସ କରି କରିବାନି ତାଙ୍କର ସ୍ଵପ୍ନ ଭଙ୍ଗ  ॥

ସବୁଜ ନ ଥିଲେ ସୁନା ମୃତ୍ତିକା କିଏ ରଖେ ତାକୁ ଧରି

ସବୁଜ ନଥିଲେ ସ୍ନିଗ୍ଧ ଶୀତଳ ପବନ ବି ଯିବ ସରି  ॥

ସବୁଜ କୃପାରେ ବରସା ଆସଇ, ବରସା କୃପାରେ ଝର

ତାହାରି କୃପାରେ ନଦୀନାଳ ଭରେ

ଭରଇ ମହାସାଗର  ।

ଆସ ଭାଇମାନେ ଏକ ମାତ୍ର କାମ, କରେ ସମସ୍ତେ ମିଶି

ସବୁଜ ସହିତ ସବୁବେଳେ ପ୍ରେମ,

ରହିବାକୁ ଖୁସିବାସୀ  ॥


Rate this content
Log in