Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ

1 min
7.3K


ଚିର ଦୀପ୍ତିମୟ ସମୃଦ୍ଧି ବିଜୟ

ରଥ ପଥ ଜଗନ୍ନାଥ

ଅପୂର୍ବ ଏ ପର୍ବ ବିଶ୍ଵରେ ବଦିତ

ଜୟ ଜୟ ଜଗନ୍ନାଥ !!

ବରଷକେ ଥରେ ରଥ ଚକ ଗଡ଼େ

ପ୍ରଭୁଙ୍କ ମହିମା ବହି

ଭଗ୍ନୀ ଭ୍ରାତା ସଙ୍ଗେ ପ୍ରଭୁ ଜଗନ୍ନାଥେ

ଐଶ୍ଵର୍ୟ୍ୟ ପରବ ଏହି !!

ଭକତ ଜନର ଏ ପ୍ରିୟ ଠାକୁର

ଭକତ ଭାବରେ ବନ୍ଧା

ପତିତ ର ଦୁଃଖ ହରେ ଜଗନ୍ନାଥ

ସେଥି ପାଇଁ ରଥ ଯାତ୍ରା !!

ରଥରେ ଦର୍ଶନ ସତେ ମହାଭାଗ୍ୟ

କୋଟି ଜନମ ର ପୁଣ୍ୟ

ରଥାରୂଢ଼ ପ୍ରଭୁ ହରନ୍ତି ଦୁଃଖକୁ

ଶୂନ୍ୟ ହସ୍ତ ହୁଏ ପୂର୍ଣ୍ଣ !!

କର୍ମ ବେଦୀ ଛାଡ଼ି ପ୍ରଭୁ ଆସନ୍ତି ଓହ୍ଲେଇ

ଜନ୍ମ ବେଦୀ ଅଭିମୁଖେ

ମାଉସୀର ସ୍ନେହ ସୁଖର ସୌହାର୍ଦ୍ଦ୍ୟ

ପୋଡା ପିଠା ବାନ୍ଧି ରଖେ !!

ଶ୍ରୀ କ୍ଷେତ୍ରର ମଣି କାଳିଆ କାହାଣୀ

ରଥ ଯାତ୍ରା ମନ ବାଞ୍ଛା

ଭକ୍ତ ଟାଣିଧରେ ରଥ ଦଉଡିକୁ

କାଳିଆର ଥିଲେ ଇଚ୍ଛା !!

କେତେ ସ୍ମୃତି ଗାଥା ରଥ ଯାତ୍ରା କଥା

ଏ ବିଶ୍ୱ ପାଳୁଛି ପ୍ରଥା

ଜଗନ୍ନାଥମୟ ଏ ସାରା ସଂସାର

ଭକ୍ତ ଜନ ଗାଏ ଗାଥା !!

ଘଣ୍ଟ ହୁଳ ହୁଳି ପଡଇ ଉଛୁଳି

ରଥ ଯାଏ ଗଡି ଗଡି

ଆହେ ଜଗନ୍ନାଥ ହୁଅ ହେ ସଦୟ

ସବୁ ପାପ ଯାଉ ଛାଡି !!

ଧୁରୁସୀଆ, ଆଠଗଡ଼, କଟକ


Rate this content
Log in