Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Others

5.0  

Ranjan Kumar Brahma

Others

ଭାବର ଠାକୁର

ଭାବର ଠାକୁର

1 min
7.1K


( ରଞ୍ଜନ କୁମାର ଵ୍ରହ୍ମା


ଶିକ୍ଷକ-CRCC, ଚିକିଟୀ ଗଡ )


ଇଛା ହୁଏ ଜଗା ତୋତେ ପ୍ରେମ କରିବାକୁ


ଭୟ ନାହିଁ ମୋର କୁଳ ଜାତିକି ।


ଖାଲି ଭୟ କରେ ତୋର ନାଲି ଅଧରକୁ


କାଳେ ଚୁର୍ ମାର ହେବି


ହାଣ୍ଡିର ହାଣ୍ଡିଏ ଛେନା ପଣା ପରିକି ।। ୧।।


ଇଛା ହୁଏ ଜଗା ତୋର ଭୁଜେ ଝୁଲିବାକୁ


ଭୟ ନହିଁ ମୋର ଘର ଦୁଆରେ ।


ଖାଲି ଭୟ କରେ ତୋର ବଡ଼ ପଣ୍ଡାଟିକୁ


ଟାଣି ଫୋପାଡ଼ି ଦେବ


ଝୁଲା ଝୁଲି ବେଶୀ ସମୟ ହେଲେ ।।୨।।


ଇଛା ହୁଏ ଜଗା ତୋର ରଥେ ଚଢ଼ିବାକୁ


ଭୟ ନହିଁ ତୋର ରଥର କାଠେ ।


ଭୟ କରେ କାଳେ ତୋର ଭକତମାନେ


ମିଛେ ଖଜା ପୁଡା଼ ଫିଙ୍ଗି


ମୋର ମୁଣ୍ଡ ଦୁ୍ଇ ଆଖି ଫୁଟାଇ ଦେବେ ।।୩।।


ଇଛା ଥିଲା ଜଗା ଆଡପେ ମଂଡପେ


ନିଇତି ନେତ୍ର ଭରି ଦେଖିବି ତୋତେ ।


ଡର ମାଡୁଥିଲା ହାତରେ ଦକ୍ଷିଣା ନଥିଲେ


ସେଇ ପଣ୍ଡା ପିଲାଟା


ମୋର ପଦ୍ମରେ ତୁଳସୀ ରଖୁ ନଥିଲା ମୋଟେ ।।୪।।


ଭାବର କାଳିଆ ଠାକୁର ବୋଲାଉ


ତାକୁ ଟିକେ ତୁ ବାଣ୍ଟନ୍ତୁ ନାହିଁ ।


ତୋ ପାଖ ଜନତା ତାକୁ ହାତେଈ ପାରିଲେ


ମୋ ପ୍ରାଣ ଦେବତା ଭାଵଗ୍ରାହୀ ବୋଲି


ଜଗତେ ସର୍ବଦା ବୋଲାଇ ପାରନ୍ତୁ ତୁହି ।।୫।।


**************

Cell no -9437858788

ranjankumarbrahma5075@gmail.com


Rate this content
Log in