Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ଆର୍ଯ୍ୟ ଅତିଥି,ଶ୍ରୀ ଗଣେଶ !

ଆର୍ଯ୍ୟ ଅତିଥି,ଶ୍ରୀ ଗଣେଶ !

1 min
7.0K


ହେ ଗଣେଶ ! ପ୍ରିୟ ଗଣଙ୍କ ଈଶ୍ୱର

ବିଘ୍ନ ବିନାଶକ

ଗଣାଧିପତି ।


କୃଷ୍ଣ ପକ୍ଷ ପୁଣ୍ୟ ଚତୁର୍ଥୀ ତିଥିର

ସୁଦିବ୍ୟ ଦେବତା

ଆର୍ଯ୍ୟ ଅତିଥି ।


ସମସ୍ତଙ୍କ ପାଇଁ ବିଦ୍ୟା ଦାତା ତୁମେ

ମୋ'ପାଇଁକି ଜଣେ

ମଙ୍ଗଳାକାଂକ୍ଷୀ ।


ପ୍ରାପ୍ତ ବୟସ୍କ ମୁଁ ମୋ'ଶୁଭ ପ୍ରାପ୍ତି ର

ନିସ୍ତବ୍ଧ ନାୟକ

ସାୟନ୍ତ ସାକ୍ଷୀ ।


ତୁମ ଆଗମନେ ନୈରାଶ୍ୟ ନିର୍ବାକେ

ଆଶାର ଆଲୋକେ

ଧରା ମହକେ ।


ପର୍ବ ପର୍ବାଣୀର ଆରାଧ୍ୟ ଆରମ୍ଭ

ତୁମରି ସଂକେତେ

କରନ୍ତି ଲୋକେ।


ଦେବତା ମାନେ ବି ସିଦ୍ଧ ସାଧକର

ଅମ୍ଳାନ ମର୍ଯ୍ୟାଦା

ତୁମକୁ ଦେଇ ।


ଗୌରବ ଲଭନ୍ତି ନିର୍ବିଘ୍ନ ହୁଅନ୍ତି

ପଦେ ପଦେ ତୁମ

ନାମକୁ ନେଇ ।


ଆହେ ବକ୍ରତୁଣ୍ଡ ! ଆହେ ମହାକାୟ !

କରିଛ ପ୍ରମାଣ

ଏ ଜଗତରେ ।


ବାହ୍ୟ ରୂପ ନୁହେଁ, ଗୁଣ ଓ ଚରିତ୍ର

ମହତ ଅଟଇ

ସାରା ବିଶ୍ୱରେ।


ଆହେ ଗଜାନନ, ଗିରିଜା ନନ୍ଦନ

ଯେ ଭାବରେ ତୁମେ

ପୂଜା ପାଉଛ ।


ହୃଦୟ କନ୍ଦର ଭକ୍ତିର ନିର୍ଝର

ଢ଼ାଳି ଦିଏ ପୁଷ୍ପ

ଅଞ୍ଜଳି ଗୁଚ୍ଛ ।


ବୈଦିକ କାଳର ଅର୍ଚନା ମୁଖର

ନମ୍ର ନୈବେଦ୍ୟ

ଏବେ ପାଉନି ।


ଭକ୍ତି ଭାବନାରେ ବ୍ୟବସାୟିକତା

ଚାକଚକ୍ୟ ରୀତି

ଭରି ଗଲାଣି ।


ଆହେ ଗଣପତି ଏତିକି ମିନତୀ

ଦୋଷ ଦୁର୍ବଳତା

ଧରିବ ନାହିଁ ।


ନିର୍ବୋଧ ପଣକୁ ସିଦ୍ଧି ପ୍ରଦ ହୋଇ

ମଙ୍ଗଳ ମନାଶି

ଦେବ ଘୋଡାଇ ।


ଆବାହନୀ ମନ୍ତ୍ରେ ତୁମରି ପ୍ରଚ୍ଛଦେ

ଅନ୍ୟ ଦେବା ଦେବୀ

ଅତିଥି ହେବେ ।


ଜୀବ ଜଗତର ମଙ୍ଗଳ ମନାଶି

ଚଉଦ ଭୁବନ

ହସାଇ ଦେବେ ।


Rate this content
Log in