Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Panda

Inspirational

2  

Amit Panda

Inspirational

ବର୍ଷା

ବର୍ଷା

1 min
7.0K


🌦🌧🌨⛈...ବର୍ଷା...⛈🌨🌧🌦

-------------------******----------------------

ଆଷାଢ଼ ଭରିଛି ଖୁସି ଚାଷୀ ଭାଇ ମନର,

କଳା ବାଦଲର ଢେଉଭାଙ୍ଗି ବର୍ଷିଯାଏ ନୀର ।

ଚଉଦିଗ ଚହଟି ଉଠେ ଭିଜାମାଟି ବାଷ୍ନାର,

ହସି ଉଠେ ସବୁଜିମା ସବୁଜ କ୍ଷେତର ।

ହସ ଦିଏ ଅଧରେ ଅଶ୍ରୁ ଧୋଇ ଆଖିର,

ଚାଷୀଭାଇ ଭୁଲିଯାଏ କଷଣ ଗ୍ରୀଷ୍ମମଧ୍ୟାହ୍ନର ।

ଆଷାଢ଼-ଶ୍ରାବଣ ନେଇ ଆସେ ବର୍ଷାର ସମ୍ଭାର,

ବିନ୍ଦୁ-ବିନ୍ଦୁ ବାରି ଢାଳି ଭରିଦିଏ ଧରଣୀ ବୁକୁର ।

ଝରିଯାଏ ବର୍ଷା କୁରୁଳି ଉଠେ ମନ,

ଯେପରି , ଫେରିଆସେ ପ୍ରବାସୀ ଆତ୍ମୀୟ ସ୍ୱଜନ ।

ଚିହ୍ନା ଚିହ୍ନା ଲାଗେ ତାର ଅନୁଭବ ଆଉ ସ୍ପର୍ଶ,

ମନେ ଭରିଦିଏ ପୁଲକର ଅସୀମ ଉଲ୍ଲାସ ।

କଁଅଳି ଉଠି , ଚେଇଁ ଉଠେ ପିଲାଦିନ ,

ସଞ୍ଚରି ପ୍ରସରି ଯାଏ ତନୁ ବିଭୋରତାରେ ।

ମେଘ ଦେଖିଲେ ଖେଳି ଉଠେ ସଲୀଳମନ ,

ବର୍ଷାର ସେହି ଟପ ଟପ ଅପରାହ୍ନ ,

ଫୁଟିଉଠେ ଉନ୍ମାଦରେ ଅବକାଶ ଚିହ୍ନ ।

କେତେବେଳେ ଅବିରତ ନାଚି-ନାଚି ବର୍ଷିଯାଏ ,

ଆଉ ପୁଣି ଝିପି ଝିପି ଧାରା ଶ୍ରାବଣରେ ।

କେବେ ପୁଣି ହୋଇଥାଏ Rainy Day ସ୍କୁଲ-କଲେଜରେ,

ମଜା-ମସ୍ତି ହୋଇଥାଏ ଛାତ୍ରଛାତ୍ରୀଙ୍କର;

ଭିଜି-ଖେଳି ଆସୁଥାନ୍ତି ସ୍କୁଲ ଶେଷରେ ।

କୋଇଲିର କୁହୁଗାନ ଆଉ ରଙ୍ଗଝାଡେ ହଲଦୀବସନ୍ତ,

କା' କା' କାକ ପୁଣି ଘରଚଟିଆର ବୃତ୍ତାନ୍ତ ।

ବର୍ଷା ଦିନ ଭାରୀ ଡର ଚାଳଛପର ପୁଣି ମାଟିଘର ,

ଅକାଳେ ଭାଷି ଆସି କରିଦିଏ ଥରହର ।

ନିଶାର୍ଦ୍ଧ ଅମା ଅନ୍ଧକାର ଭୟଙ୍କର ପ୍ରହର ।।

- *ଦୂରଭାଷ : - +୯୧-୮୯୮୪୯୫୧୦୩୯/+୯୧-୮୭୬୩୭୫୯୩୯୮*

..........*ଅମିତ କୁମାର ପଣ୍ଡା*........


Rate this content
Log in

More oriya poem from Amit Panda

Similar oriya poem from Inspirational