Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

2  

Sukanti Hotta

Others

ସୂର୍ଯ୍ୟ ନାରାୟଣ

ସୂର୍ଯ୍ୟ ନାରାୟଣ

1 min
6.3K


ସୂର୍ଯ୍ୟ ନାରାୟଣ

ରାତ୍ରିର ଅନ୍ଧାର ଦୂର କରିଦେଇ
ଆକାଶର ଛାତିଚିରି,
ପୂର୍ବ ଆକାଶେ ଉଁଇଛି ଆଦିତ୍ୟ
ରକ୍ତିମ ରଙ୍ଗ ଭରୀ l
ସୀମନ୍ତିନୀ ନାରୀ ଅର୍ଘ୍ୟପାତ୍ର ଧରି
ତୁଳସୀ ଚଉରା ମୂଳେ,
ସ୍ୱାମୀ,ସନ୍ତାନର ଦୀର୍ଘାୟୁ ମନାସି
ଅର୍ଘ୍ୟ ପାତ୍ରକୁ ଢାଳେ l
ହାତଯୋଡି କରି ବିନତି କରିଣ
ଡାକେ ସୂର୍ଯ୍ୟନାରାୟଣ,
ରକ୍ଷାକର ତୁମେ ଜଗତର ବନ୍ଧୁ
ତୁମ ଚରଣେ ଶରଣ l
ସଦାବେଳେ ତୁମେ ଉଦୟ ହୁଅହେ
ଜଗତ ମଙ୍ଗଳ ପାଇଁ,
ମନର ଅନ୍ଧାର ଦୂରୀଭୂତ କର
ଅମୃତରର ସ୍ବର୍ଶ ଦେଇ l

ସୁକାନ୍ତି ହୋତା
ତାଳଚେର, 7008819476


Rate this content
Log in