Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Others

2  

Balabanta Sahu

Others

ପ୍ରେମିକପଣ

ପ୍ରେମିକପଣ

1 min
6.9K


ଖସିପଡ୍ କହିଲେ,

କେବେ ଖସିଯାଏନି ଜହ୍ନ ।


ତଥାପି ତ ମାଆ'

ଚିରିଫାଡ଼ି ଫିଙ୍ଗି ଦେଇପାରେ

ପୁଅର ଫର୍ଦ୍ଦ ଫର୍ଦ୍ଦ ଜିଦ୍ ଆଉ ଅଝଟପଣକୁ

ଝାଡ଼ି ଦେଇପାରେ

ମାଳ ମାଳ ରାଗରୁଷା ଆଉ ମାନ ଅଭିମାନକୁ..।


ତୁ କାହିଁ ପାରିବୁ ନାହିଁ ଯେ ଦେବୀ ?

ମୋ ଚାହିଦା ମୁତାବକ

ଯୋଗାଣକରି ତୋ ଗୋଦାମର

ଥାକ ଥାକ ମିଛପ୍ରେମକୁ ।


ଏଠି କ୍ରେତା ବି ମୁଁ

ଆଉ ଉପଭୋକ୍ତା ବି,

ତୁ ଦେଖୁଥିବୁ ଦିବ୍ୟଚକ୍ଷୁରେ..।


କେମିତି ??

ପ୍ରେମିକାପଣ ବିନା ମଧ୍ୟ

ମୁଁ ଉପଭୋଗ କରିପାରେ

ଆଖିପିଛୁଳାକେ ତୋ ପ୍ରେମକୁ ।


ଖସିପଡୁ ଆକାଶ

କି ଦୌଡାଳୀ ସାଜୁ ହିମାଳୟ

ମୋର କଣ ଯାଏ ଆସେ ଦେବୀ ?


ମୋ ପାଇଁ ଜଳସ୍ଥଳ ସବୁ ରଦି କାଗଜ

ତୁ ହିଁ ମୋ ଲକ୍ଷ୍ୟ , ଉଦ୍ଦେଶ୍ୟ

ଆଉ ବଂଚିବାର ରାହା.. ।


ତୋ ପ୍ରେମକୁ ପିମ୍ପୁଡି ଘେରିଲେ ବି ମୋର

ମକ୍ଷୀକା ଭଣିଲେ ବି ମୋର

କେବଳ ମୋର

ତୁ କେବଳ ମୋର ।


କଦାପି ଦେବିନି

କାହା ଥାଳରେ ମହାପ୍ରସାଦ ପରି

କାହା ପ୍ରଲୋଭନରେ ଅଭଡ଼ା ପରି

କାହା କ୍ଷୁଦାରେ ଜୀବନ ପରି

କେବଳ ,

ଖାଇବି ଯେ..ଖାଇବି...

ମହାତୃପ୍ତି ଲଭିବା ଯାଏ ।


ଓଃ... ଭୁଲିଯାଇଥିଲି !

କହିବା ପାଇଁ ;

ମୁଁ ପରା ଜନମୁ ଜନମୁ ଜନ୍ମିଗଲି

ଏଇ ମଣିଷପଣିଆ ଅଭାବ ମଣିଷଗଦାରେ ।


ଅଗତ୍ୟା,

ଜନ୍ମୁ ଥିଲି ସାଜି ଗୋଟେ ''ପ୍ରେମାସୁର'

ଏଇ ତମ ଗାଁ ପାଖ ପ୍ରେମପୁର ଗାଁ ରେ...।


ବଲବନ୍ତ ସାହୁ (ବବଲୁ )

ଭୂଷଲାର୍ଡ , ସିନ୍ଧେକେଲା ,ବଲାଙ୍ଗୀର

ମୋ- 9078105234


Rate this content
Log in