ସଂଧ୍ୟା ତୁମେ ଫେରିଆସ
ସଂଧ୍ୟା ତୁମେ ଫେରିଆସ
ହେ ସଂଧ୍ୟା ତୁମେ ଫେରି ଆସ,
ତୁମେ ଫେରି ଆସ ଦ୍ଵାପର ଯୁଗର ।
ଫେରି ଆସ ତୁମେ ରାଜା ପରୀକ୍ଷିତ,
କରି ଜନ୍ମେଜୟ ଙ୍କୁ ରାଜ କୁମାର ।
ଫେରି ଆସ ତୁମେ ସୁତ ମହା ମୁନି ,
କୃଷ୍ଣ ଦ୍ବୟିପାନ ସୁତ ଶୂକ ମହର୍ଷି ।
ସଂଧ୍ୟା ତୁମେ ଫେରି ଆସ,
ସଂଧ୍ୟା ତୁମେ ଫେରି ଆସ ।
ହେ ମହାରାଜା, ତୁମେ ପାରା
ଦେଇ ଥିଲ ଦଣ୍ଡ କଳି ରାଜା କୁ ?
ଯେ କରୁଥିଲା ପଦାଘାତ୍,
ଏକ ପଦି ଧର୍ମ ବୃଷଭ କୁ ।
ଅସହ୍ୟ ଦଣ୍ଡ ତୁମ, ବିଦାରିତ କରିଥିଲା କଳିକୁ ।
ଯନ୍ତ୍ରଣା ରେ ଜର୍ଜରିତ କଳି,
ପଶିଥିଲା ଶରଣ ଆକୁଳେବିକଳି ।
ଅଭୟ ବତ୍ସଳ ରାଜା କରିଥିଲ ଅଭୟ,
ଦେଇ ତାକୁ ତିନି ଗୋଟି ରହିବାକୁ ସ୍ଥାନ ।
ରତି କ୍ରୀଡ଼ା, ଦ୍ୟୁତି କ୍ରୀଡ଼ା, ପୁଣି ମଦିରା ର ସ୍ଥାନ ।
ଅନୁଗ୍ରହ କରି କଳି, ମାଗିଥିଲା ଆଉ ଦୁଇ ସ୍ଥାନ,
ଲୋଭ, ଆଉ ଧନ ର ଆଳୟ ।
କରିଥିଲ ଏହି ସ୍ଥାନ ମାନ, ଅଭୟେ ପ୍ରଦାନ ।
କିନ୍ତୁ କଳି ଆଜି ପରିପୂର୍ଣ୍ଣ ସାରା ସଂସାର ।
ଫେରି ଆସ ରାଜା..ପରୀକ୍ଷିତ
କରି ଜନ୍ମେଜୟ ଙ୍କୁ ରାଜ କୁମାର ।
ତୁମେ ଫେରି ଆସ ସତୀ ଅନୁଶୟା,
ସତୀ ସାବିତ୍ରୀ, ଶର୍ମିଷ୍ଠା, ଅରୁନ୍ଧତି ।
ଫେରି ଥରେ ଦେଖି ନିଅ
ତୁମ ପରଜାଙ୍କ ଯୁବତୀ ।
ତୁମେ ଥିଲ ପୂଜାରୀ ସତୀ ଓ ପବିତ୍ର ତାର ,
ଆଜି ତ ସେମାନେ କରନ୍ତି,
ପଦା ଘାତ ତୁମ ସତୀତ୍ୱ କୁ,
ଏହି କଣ ଦେଇଥିଲ ଶିକ୍ଷା,
ତୁମ ପର ଯୁବତୀ ମାନଙ୍କୁ ?
ସତୀ ତୁମେ ଫେରି ଆସ,
ସତୀ ତୁମେ ଫେରି ଆସ ।
ହେ...କୃଷ୍ଣ ତୁମେ ଫେରାଇ ଦିଅ,
ତୁମର ସେହି ସମୟକୁ
ସତ୍ୟ, ପୁଣି ଧର୍ମ ଓ ପବିତ୍ର ତାକୁ ।
ସେତେବେଳେ ନ ଥିଲା ତ
ଯୁଦ୍ଧ କମାଣ କି କୋଠା-ବାଢ଼ି,
ଥିଲା ସତ୍ୟ, ଧର୍ମ ଓ ପୁନ୍ୟତାର ଦିହୁଡ଼ି ।
ହୃଦୟ ଥିଲା ବିଶାଳ, ବନ୍ଧୁ ଥିଲେ ସକଳ ।
ହେଲେ ଆଜି ଭର ପୁର
ଯୁଦ୍ଧ କମାଣ, ତୋପ କୋଠା-ବାଢ଼ି,
ହୃଦୟ ସଂକୀର୍ଣ୍ଣ ଶତୃତାରେ ପରି ପୂର୍ଣ୍ଣ ।
ତୁମେ ଫେରାଇ ଦିଅ ପ୍ରଭୁ,
ତୁମର ସେହି ସମୟକୁ,
ଦ୍ଵାପର ସଂଧ୍ୟାକୁ, ଦ୍ଵାପର ସଂଧ୍ୟାକୁ ।
06*04*2019