Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Pradhan

Others

2  

Sagar Pradhan

Others

ସ୍ମୃତି

ସ୍ମୃତି

1 min
201



ସ୍ମୃତି ତୁମେ କେବେ ଆଶାର ଆଲୋକ

ଶୀତୁଆ କାକର ବିନ୍ଦୁ

କେବେ ପୁଣି ତୁମେ ଶ୍ରାବଣ ବତାସ

ଲୁହରେ ଭସାଅ ସିନ୍ଧୁ।


ସ୍ମୃତି ତୁମେ କେବେ ଦରଦୀ ମନରେ

ଓଠ ତଳେ ସ୍ମିତ ରେଖା

କେବେ ପୁଣି ତୁମେ ଅମାବାସ୍ୟା ଚାନ୍ଦ

ନଭରେ ନଦିଅ ଦେଖା।


ସ୍ମୃତି ତୁମେ କେବେ ଲୁଚି ରହିଥିବା

ପାଉଁଶ ତଳର ନିଆଁ

କେବେ ପୁଣି ତୁମେ ଚୋରା ଚଇତି ର

ମଳୟ ର ମିଠା ଛୁଆଁ।


ସ୍ମୃତି ତୁମେ କେବେ ଫଗୁଣ ଅବିର

ଜୀବନ ରେ ଭର ରଙ୍ଗ

କେବେ ପୁଣି ତୁମେ ଶ୍ରାବଣ ଆକାଶେ

ବରଷା ମନର ରାଗ।


ସ୍ମୃତି ତୁମେ କେବେ କବି ଲେଖନିରୁ

ସୃଷ୍ଟି ସୁନ୍ଦର କବିତା

କେବେ ପୁଣି ତୁମେ ଗାଳ୍ପିକ ଗଳ୍ପରେ

ଖେଳାଅ ନୂଆ ବାରତା।


ସାଗର ପ୍ରଧାନ

ଗଂଜାମ


Rate this content
Log in