Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Abstract

0.0  

Neelima Nivedita Behera

Abstract

ଏଇ ଆଖି

ଏଇ ଆଖି

1 min
6.8K


ଏଇ ଆଖି ସାକ୍ଷୀ ଥିଲା

ବିଶ୍ଵାସ ପାଇଁ ନୁହେଁ

କେବଳ ମୋ ମନ ରଖିବାକୁ ଯାଇ

ବାନ୍ଧିଥିଲ ତୁମେ ନାଲି ସୂତା ତୁମ ହାତରେ...

ଏଇ ଆଖି ସାକ୍ଷୀ ଥିଲା

ପ୍ରେମ ପାଇଁ ନୁହେଁ

କେବଳ ମୋ ମନ ରଖିବାକୁ ଯାଇ

ବାନ୍ଧିଥିଲ ତୁମେ ଆମ ସମ୍ପର୍କକୁ ବନ୍ଧୁତାରେ...

ଏଇ ଆଖି କିନ୍ତୁ

ଜମାରୁ ସାକ୍ଷୀ ନୋହିଲା

ଯେତେବେଳେ ମୋ ମନରେ ଘୃଣା ଭରିବାକୁ ଯାଇ

ବାନ୍ଧିଦେଲ ଦୂରତା ଲୁହରେ କେବେ ଲହୁରେ...

ଏଇ ଆଖି କିନ୍ତୁ

ଜମାରୁ ସାକ୍ଷୀ ନୋହିଲା

ଯେତେବେଳେ ମୋତେ ପ୍ରତାରଣା ଦେବାକୁ ଯାଇ

ବାନ୍ଧିଦେଲ ନିଜକୁ ସମାଜିକ ଦାୟିତ୍ଵବୋଧରେ...

ଏଇ ଆଖି... !!! 


Rate this content
Log in

Similar oriya poem from Abstract