Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance Abstract Others

2  

Bijay Prusty

Romance Abstract Others

ବେସୁରା ଗୀତି-୭୫୩

ବେସୁରା ଗୀତି-୭୫୩

1 min
6.7K


ମନେ ପଡେ ଆଜି ପହିଲି ଅଷାଢ

ପହିଲି ପ୍ରୀତିର ଛୁଆଁ

ଛୁଇଁ ଦେଲା ଯେବେ ବର୍ଷାର ଛିଟା

ଲାଗିଗଲା ଦେହେ ନିଆଁ ॥

ସେଇ ନିଆଁ ଆଜି ଜଳୁଛି ଜାଳୁଛି

ଜାଳେ ମୋତେ ନିତି ନିତି

ଦରସିଝା ହୋଇ ପଡିଛି ମୁଁ ଆଜି

ପଥର କରିଛି ଛାତି ॥

ଜାଣେନା କାହିଁକି ବରଷାରେ ଆଜି

ଭିଜି ମୁଁ ପାରୁନି ଜମା

ହୃଦୟ ମୋ ଆଜି ପଥର ପାଲଟେ

ପେଟକୁ ଯାଉନି ଦାନା ॥

ନିତି ନିତି କେତେ ଅଘଟଣ ଘଟେ

କାରଣ ପାଉନି ଖୋଜି

ବର୍ଷା ମୋହର ଏତେ ଆପଣାର

ତଥାପି ପାରୁନି ଭିଜି ॥

ଭିଜିଗଲେ କାଳେ ହୃଦୟର ଗତି

ରହିଯିବ ସ୍ଥିର ହୋଇ

ସେଥିପାଇଁ ବୋଧେ ଏ ବର୍ଷ ବର୍ଷାରେ

ଥରେ ହେଲେ ଭିଜି ନହିଁ ॥


Rate this content
Log in

Similar oriya poem from Romance