Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Inspirational

3  

Srinibas Mahalik

Inspirational

ଫିଙ୍ଗା ଖାଦ୍ୟ

ଫିଙ୍ଗା ଖାଦ୍ୟ

1 min
6.5K


ହେଉ ରେଷ୍ଟୁରାଣ୍ଟ ହେଉ ସେ ହୋଟେଲ

ହେଉ ଅବା ଠେଲା ଗାଡି

ବାସି ଖାଇବାକୁ ନଗଦ କହିକି

ଦିଅନ୍ତି ଶ୍ରଦ୍ଧାରେ ବାଢି ।୧।

ପୂର୍ବ ଦିନର ବଳକା ଖାଦ୍ୟକୁ

ନଗଦରେ ଦେଇ ଫେଣ୍ଟି

ଗରାଖ ମାଗିଲେ ପରସି ଦିଅନ୍ତି

ତେଲ ମସଲାକୁ ଚୁଣ୍ଟି ।୨।I

ଟଙ୍କା ଦେଇ ଆମେ ଖାଇବା କିଣୁଛୁ

ନୁହେଁ ବା ମାଗଣା ବାକି

ତଥାପି କାହିଁକି ଫିଙ୍ଗା ଖାଦ୍ୟ ଦେଇ

ଦିଅନ୍ତି ଆମକୁ ଠକି ।୩।

ଖାଦ୍ୟ ନିରାପତ୍ତା ବିଭାଗ ଟିକିଏ

ଦେଇ ଏଥି ପ୍ରତି ଧ୍ୟାନ

ମଝିରେ ମଝିରେ ଚଢାଉ କରିଲେ

ହେବ ଆମ ଖୁସି ମନ ।୪।



ବିଜୟନଗର, ଗଣିଆ, ନୟାଗଡ଼


Rate this content
Log in

Similar oriya poem from Inspirational