କାନ୍ତ ତୁମେ ମୋ ମନ ର
କାନ୍ତ ତୁମେ ମୋ ମନ ର
କାନ୍ତ ତୁମେ ମୋ ମନର
*****************
ଗଳ୍ପରେ କବିତା ଲେଖି କବିତାରେ ଗଳ୍ପ।
କାନ୍ତ ମୁଖେ ଦେଖି ସ୍ମିତହାସ୍ୟ ଅଳ୍ପ ଅଳ୍ପ।ା
ରଜନୀରେ ସଜନୀ ପ୍ରତିକ୍ଷା ପାହିଲା ସଖୀ।
ଚନ୍ଦ୍ରବଦନେ ଚନ୍ଦ୍ରମାର ଜ୍ୟୋସ୍ନାକୁ ନିରେଖି।ା
ପୂର୍ଣ୍ଣିମାର ଜହ୍ନ ଉଇଁ ମନେ ମନେ ହସିଲା।
ଆଲୋକ ସ୍ନିଗ୍ଧ ତା’ର ଧରାକୁ ଯେ ଛୁଇଁଲା।ା
ବନମଲ୍ଲୀ ମଲ୍ଲ୍ିକା ଯେ ବଗିଚାରେ ଫୁଟିଲା।
ଜହ୍ନ ପାଇଁ କୁମୁଦିନି ମନେ ମନେ ଝୁରିଲା।ା
ଟିପ ଟିପି ବରଷାରେ ଦେହ ମନ ଭିଜିଲା।
ତୁହା ତୁହା ବର୍ଷି ବର୍ଷା ମନକୁ ଯେ ମୋହିଲା।ା
ସପ୍ତରଙ୍ଗୀ ଇନ୍ଦ୍ରଧନୁ ସାତ ରଙ୍ଗ ନୋହିଲା।
ମୁଚୁକୁନ୍ଦ ହସ ହସି ରାଧିକା ଯେ ପ୍ରାଣକୃଷ୍ଣ ହୋଇଲା।ା
ଭରି ନିଦ୍ରା ମୋ ନୟନେ ତୁମ୍ଭ ଛବି ଉଇଁଲା।
ହୃଦେଭରି ପ୍ରୀତିପି୍ରୟା ମନେ ମନେ ହସିଲା।ା
କୃଷ୍ଣଚୂଡା କବି ମନ କୃଷ୍ଣରୂପା ହୋଇଲା।
କବରୀରେ ନୀଳବର୍ଣ୍ଣ ପୁଷ୍ପ ନେଇ ଖୋସିଲା।
ପୂର୍ଣ୍ଣମୀର ଜହ୍ନ ଉଇଁ ଧରା ବୁକେ ଖୋଜିଲା।
ସୁକୋମଳ ହୃଦୟରେ ପ୍ରିୟାପ୍ରୀତି ତୋଷିଲା।
କୋମଳାଙ୍ଗି କନକ କାୟା କମନୀୟ ରୂପ।
ମୋହି କୃଷ୍ଣ ମନ ଶାନ୍ତି ତୃପ୍ତ ସଞ୍ଜବତୀ ଜାଳିଲା।