Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Inspirational

4  

Prasanna Kumar Madala

Inspirational

ପ୍ରିୟ ଭାଜନ ( ଶିଶୁକବିତା )

ପ୍ରିୟ ଭାଜନ ( ଶିଶୁକବିତା )

1 min
13.4K


କୋମଳ ମତି         ପିଲାଏ ଅତି

       ସରାଗେ ବସି ଶୁଣ

କହିବି ଆଜି         କଥାଏ ମାଜି

       ଭଲ ମଣିଷ ଗୁଣ ।

କରମେ ବଞ୍ଚି          ଧରମ ସଞ୍ଚି

        ରଖି ଭକତି ଭାବ

ବଢିଲେ ଆମେ       ସକଳ କାମେ

       ପାଇବା ସିନା ଲାଭ ।

ସତ୍ୟରେ ପ୍ରୀତି       ଅହିଂସା ନୀତି

        ଶାନ୍ତି ମଇତ୍ରୀ ବୁଝି

ହରଷ ମୁଖେ        ସଭିଙ୍କ ସୁଖେ

       ବିପଦେ ଥିବା ଯୁଝି ।

ଅନ୍ୟର ଭୋକ     ରୋଗ ଓ ଶୋକ

       ବୁଝିଲେ ସୁଖ ଯେଉଁ

କପଟେ ଥାଇ       ଯାହା ବି ପାଇ

       ଗଣା କି ସୁଖେ କେଉଁ ?

କହିବା ଯାହା        କରିବା ତାହା

       ଭାବି ଓ ଚିନ୍ତି ମନେ

ଜଗତ ନାଥ          ଶ୍ରୀଜଗନ୍ନାଥ

       ଜାଣନ୍ତି ପ୍ରତି କ୍ଷଣେ ।

ନକହି ମନ୍ଦ          ରଖିବା ବନ୍ଦ

       ମୁହଁକୁ ପଛେ ଆମେ

ନଶୁଣି କାନେ        ରହିବା ଧ୍ୟାନେ

       ନଦେଖି ମନ୍ଦ କାମେ ।

ସଞ୍ଜ ସକାଳେ      ନିତି ଯେ ଭାଳେ

       ଭଗବାନଙ୍କ ନାମ

ମିଳଇ ରାହା         ହୁଅନ୍ତି ସାହା

       ସର୍ବଦା ସୀତା ରାମ ।

ବିଦ୍ୟା ଓ ବୁଦ୍ଧି         ହୁଅଇ ବୃଦ୍ଧି

      କଲେ ସଂସାର ସେବା

ସେଇଥି ପାଇଁ        ଜଗତେ ଯାଇ

       ପ୍ରିୟଭାଜନ ହେବା ।

      ପ୍ରସନ୍ନ କୁମାର ମାଦଳା


Rate this content
Log in