ପ୍ରେମ ହେଲେ ପା’ ଥରେ ....
ପ୍ରେମ ହେଲେ ପା’ ଥରେ ....
ବନ୍ଧୁଙ୍କ ଭାଷାରେ
ପୂରିଲା ଯୌବନରେ ସେ
ଭୁଗୋଳ ପଢିଲେ,
କେମିଷ୍ଟ୍ରି ବୁଝିଲେ,
ଜୁଓଲୋଜି ଘୋଷିଲେ,
ଆଜ୍ଞା ! ଖାତା ଚିରି, କଲମ ଭାଙ୍ଗି
ଅଙ୍କ ବି ଧୁମ୍ କଷିଲେ
ହେଲେ ଜମା ବୁଝା ପଡିଲାନି ଏ ମନ
ଭଲା... କେମିତିକା ଏ ପ୍ରେମ?
ପ୍ରେମ... ସେ ତ ଆଖି ପଛପଟ ଉଷୁମ୍ ଲୁହ
ପ୍ରେମ... ସେ ତ ଛାତି ତଳର ଚିପୁଡା କୋହ
ମୋ ମତରେ
ପ୍ରେମ ପାଇଁ ଖାଲି ‘ଠ’ ଟିଏ ଲୋଡା
ଯିଏ ସେତୁଟିଏ ବାନ୍ଧିଦେବ
ପାଉଡର୍ ମଖା ରାଜଧାନୀରୁ ନୀରିହ ହସଧାରିଆ ନଗଡା!
ପାଦତଳେ ଯଉଠି ମକଚେନା ଘାସ
ଲୋଚାକୋଚା ହେଉପଛେ ଅହଂକାରିଆ ନିଶ
ଯଉଠି ନଥାଏ ବଡ ସାନ ବିଚାର ବିମର୍ଶ
ସମ୍ମାନ କିମ୍ବା ଅପମାନର ତଉଲ କି ପରାଶ
ହାଃ ହାଃ ହାଃ.. .. ..
ପ୍ରେମ ହେଲେ ପା’ ଥରେ
ମଣିଷ ଭୁଲେ ସବୁ ସରମ, ରଖେନା କିଛି ଅବକାଶ !!
# ନୀଳିମା ନିବେଦିତା