ଏ ଜୀବନ ବିତିଯାଉ
ଏ ଜୀବନ ବିତିଯାଉ
ତୋ ଛଡା ତୁଳସୀ ତୁଣ୍ଡରେ ମୋ ଥାଉ
ତୋ ଚନ୍ଦନ ଟିପା ମୋ ମଥାରେ ଥାଉ
ତୋ ଭଜନ ଦିନ ରାତି ଗାଉ ଗାଉ
ଏ ଜୀବନ ବିତିଯାଉ ॥
ତୋ କଳାବଦନ ନୀତି ଚାହୁଁ ଚାହୁଁ
ତୋର ନିରିମାଲ୍ୟ ତୁଣ୍ଡେ ମୋର ଥାଉ
ତୋର ଛଡା ମାଳ ମୁଣ୍ଡେ ଦଉ ଦଉ
ଏ ଜୀବନ ବିତିଯାଉ ॥
ତୋର ରୂପ ନୀତି ମନ ଧ୍ୟାଉଥାଉ
ତୋର ନାମ ଯେତେ ମନ ଗୁଣୁଥାଉ
ତୋ ଅଭୟ ପାଦେ ମଥା ନଇଁ ଥାଉ
ଏ ଜୀବନ ବିତିଯାଉ ॥