ଫଗୁଣର ମହକ
ଫଗୁଣର ମହକ
1 min
178
ଫଗୁଣ ମାସ ଦୋଳ ମହକ
ମଳୟ ଗାଏ ଗୀତ
ଆମ୍ବ ବଉଳ ଫଗୁର ଖେଳ
ଚହଲି ଯାଏ ଚିତ୍ତ ।।
ଫଗୁଣ ଆସେ ରଗଂ ବରଷେ
ଭିଜାଏ ତନୁ ମନ
ଦିନ ସରେନା ସରେନା ରାତି
ସରେନା ପିଲାଦିନ ।।
ଫଗୁଣ ଆସେ କୋଇଲି ଡାକେ
ପ୍ରୀତି ମଧୁର ସୁରେ
ସେନହ ଡୋର ଅମୂଲ ମୂଲ
କଳନା ନାହିଁ ତାରେ ||
ଫଗୁଣ ରଚେ ମଧୁ ଚନ୍ଦ୍ରିକା
ଜହ୍ନ ଲୁଚୁକାଳି ଖେଳେ
ସାଗର କୋଳେ ତରଂଗ ମେଳେ
ମନ ମୂର୍ଛନା ତୋଳେ ||
ସୂରୁଜ ଉଏଁ ବାଦଲ ଫାଙ୍କେ
ଶାନ୍ତିର ମୁରୁଜ ବିଂଚି
ସମ୍ପର୍କର ହୋଲି ଲାଗିଥାଉ ସଦା
ମମତାର ମହୁ ସିଂଚି ||