Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ସମୟ ସଚେତନତା

ସମୟ ସଚେତନତା

1 min
182


ବଡ ବଳବାନ ସମୟ ତାଠାରୁ ବଳୀୟାନ କେହି ନାହିଁ

କେବେଠାରୁ ସୃଷ୍ଟି କେବେ ହେବ ଶେଷ କେହି କହିପାରେ ନାହିଁ ।

କେତେ ଯୁଗ କେତେ ସଭ୍ୟତା ଗଲାଣି ସମୟ ରହିଛି ସାକ୍ଷୀ

ବର୍ଷ ମାସ ଦିନ ଦଣ୍ଡ ମୁହୁର୍ତ୍ତ ସମୟ ଚକ ରେ ଯୋଖି ।

ସମୟ କା ପାଇଁ ଅପେକ୍ଷା ନ କରେ ପ୍ରବହମାନ ତା ଧାରା

ସମୟକୁ କିଏ ଧରି ପାରିବ କି ଯେହ୍ନେ ନଦୀ ବାରିଧାରା ।

କର୍ତ୍ତବ୍ୟ ବଳରେ ସମୟ ବକ୍ଷରେ ପାଦଚିହ୍ନ ଟିଏ ଥାପି

ମହାମନୀଷିଏ ଦେଇ ଯାଇଛନ୍ତି ସମୟ ହାତେ ସମର୍ପି ।

ସମୟର ଡୋର ହାତେ ଧରିବାକୁ ଇଛନ୍ତି ଦାମ୍ଭିକ ଜନେ

ଜଳପରି ବହିଯାଏ କେଉଁ ଛନ୍ଦେ ବିଷର୍ଣ୍ଣ ହୁଅନ୍ତି ମନେ ।

ସରଗକୁ ଶିଢି ବାନ୍ଧିବେ ରାବଣ କିବା ଅସମ୍ଭବ ଥିଲା

କାଲି କରିଦେବା ଭାବୁ ଭାବୁ କ୍ରୁର କାଳ ଆସି ଝାମ୍ପି ନେଲା ।

କାଲିର କାମକୁ ଆଜି ସାରିଦେବା ଆଜିର କାମକୁ ଏବେ

କେତେ କାଲି ଏଇ ସମୟ ଦେଖିଛି କାଲି ହେବ ଆଜ ଯେବେ ।

ଆହେ ମହାକାଳ ସମୟ ତୁମେତ ଯମଙ୍କର ଅନ୍ୟ ନାମ

ହାତରେ ବାନ୍ଧି କେ କାନ୍ଥରେ ବା ଟାଙ୍ଗି ତୁମେ ପରା ସର୍ବ ନାମ ।


Rate this content
Log in

Similar oriya poem from Inspirational