Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Inspirational

2  

Sudama Lenka

Inspirational

ସକାଳର ଅନୁଭୂତି

ସକାଳର ଅନୁଭୂତି

1 min
6.9K


ପାହାନ୍ତା କାକର କୁହୁଡି ଭରା 

   ଟିପି ଟିପି ମାରେ ଶିଶିର ପରା !

ମହୁଲ ଗଛ ର ଫୁଲ କୁ ଦେଖ

   ତଳେ ପଡିଯାଇ ବାସୁଛି ପାଖ !

ନିଦରୁ ଉଠିଣ ଚାଷୀ ଭାଇଟା 

   ବିଲ କୁ ନେଉଛି ଶଗଡ଼ ପଟା !

ଗାଁ ବ୍ରାହ୍ମଣ ଟା ସ୍ନାନ ଯେ ସାରି 

   ଯାଉଛି ଦେଖରେ ହବିଷ କରି !

ବାଡ଼ି ଆମ୍ବ ଗଛ ଡାଳରେ ବସି 

   କୋଇଲି ହୋଉଛି ତା ଗୀତେ ଖୁସି !

ନଟିଆର ଦେଖ ମଉନା ଗୀତ 

   ବୁଲି ବୁଲି କରେ ମୁଢ଼ି଼ ଵିକ୍ରିତ !

ଏ ଘର ଭାଉଜ ସେ ଘର ଭାଇ 

   ଡେଇଁ ଡେଇଁ ଯାଏ ଖବର ଦେଇ !

 ପରିବା ଵାଲାର ଏଡିକି ନାଟ 

    ଆଳୁ, ବାଇଗଣ,ପୋଟଳ ହାଟ !

ଗୁହାଳ ଘରେ ଯେ ବାଛୁରୀ ଡିଏଁ 

    କ୍ଷୀର ପିଇଦେଇ ଧରା ନଦିଏ !

ଗଉଡ଼ ଵାଲା ର କ୍ଷୀର କୁ ଦେଖି 

   ପ୍ରୀତି ଅପା ଦେଲା ମୁରୁକି ହସି !

କାଉ ରାବି ଯାଏ ଆକାଶ ତୀରେ

    ସକାଳ ର ଏହି ଉର୍ଦ୍ଧ ବୁକୁରେ !

ଉଠ ହେ ମଉସା ମାଉସୀ ମୋର 

     ଶୁଭ ସକାଳ ର ଶୁଭ ଖବର !!!!


Rate this content
Log in

Similar oriya poem from Inspirational