Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

2.5  

Sarat Jal

Others

ଭଙ୍ଗାକଲମ ଓ ଅଲୋଡାଜୀବନ

ଭଙ୍ଗାକଲମ ଓ ଅଲୋଡାଜୀବନ

1 min
13K



ଭଙ୍ଗାକଲମ ଏଜୀବନଟା ପରା

ଆୟୁଷ ସିଆଇ ଗଲାଣି ସରି

ଧୁକୁଧୁକୁ ହେଇ ଚାଲୁଛି ଏପ୍ରାଣ

ଆଉ ଅଳ୍ପକ୍ଷଣେ ଯିବ ସେ ମରି ॥


ଆଲୋଡା ହୋଇବ ସମାଜରେ ତାକୁ

ଫିଙ୍ଗିଦେବେ ଖତଗଦାକୁ ନେଇ

ଭଲକାମରେ ସେ ଆସୁଥିଲା ବୋଲି

କେହି ଭାବିବେନି ଥରୁଟେପାଇଁ ॥


ସ୍ୱାର୍ଥବାଦୀ ଏଇଦୁନିଆଟା ପରା

ଆପଣା ସ୍ୱାର୍ଥଟା ହାସଲ ହେଲେ

ଯେଝାବାଟ କାଟି ଯାଆନ୍ତି ପଳେଇ

କିଏବା ବୁଝିବ କିଏସେ ମଲେ ?


ନୂଆକଲମକୁ ସଭିଏଁ ଆଦର

କରିଥାନ୍ତି ବାଳ,ବୃଦ୍ଧ,ବନିତା

ପୁରୁଣା ହୋଇଲେ ଭାରିଦୁଃଖ ତାର

କପାଳରେ ବୋଧେ ଲେଖିଛି ଧାତା ॥


କଲମ ପରି ଏଜୀବନଦର୍ଶନ

ବୃଦ୍ଧଅବସ୍ଥାଟା ହୁଏ ଅଲୋଡା

ପୁଅବୋହୂଙ୍କର କଥା ଖତଗଦା

କୁହନ୍ତି ମରୁନି କାହିଁ ଏ ବୁଢା ॥


ଭଙ୍ଗାକଲମର କପାଳକୁ ନେଇ

ବଞ୍ଚିବାକୁ ହୁଏ ରିଫିଲି ବିନା

ଆତ୍ମାବିନା କେବେ ବଞ୍ଚେକି ଜୀବନ

ସଂସାରଟା ଖାଲି ଦୁଃଖଯାତନା ॥


ହାଏରେ କଲମ ହାଏରେ ଜୀବନ

ଦୁହିଁଙ୍କ ଭାଗ୍ୟରେ ସମାନଦଶା

ଶିକ୍ଷିତସମାଜେ ଅଶିକ୍ଷିତନୀତି

ଦେଖି ଦୁଃଖ ଲାଗେ ଉଡୁଛି ହଂସା ॥


ଶରତ ଚନ୍ଦ୍ର ଜାଲି

ତା:୧/୮/୧୮

ଶୁଭ ସକାଳ🙏🏼🙏🏼


Rate this content
Log in