Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ନରମ ନୈବେଦ୍ୟ

ନରମ ନୈବେଦ୍ୟ

1 min
150


କି ନୈବେଦ୍ୟ ଦେଇ ନିବେଦନ କଲ
ନିଷ୍ଠା ମୋ ନରମି
ନୟନକୁ ଭିଜେଇଲା ।

ତୁମ ଅର୍ପଣକୁ ଅର୍ଘ୍ୟ ଭାବିନେଇ
ନିଃସ୍ୱ ମନ ମୋର
ମହାର୍ଘେ ମହକି ଗଲା ।

କି ଫୁଲକୁ ନେଇ ମାଳା ସଜେଇଲ
ରଜନୀଗନ୍ଧା ବି
ଲାଜେଇ ସରମି ଯାଇ ।

ଝାଉଁଳା ମୁହଁରେ ଅଗଣା ଆଗରେ
ମୃଦୁ ମୃଦୁ ଗନ୍ଧେ
ରହିଛି ମୁହଁ ଲୁଚେଇ ।

କି ବେଳାରେ ସଖି ମିଶିଲା ମୋ'ଆଖି
ନୀରବେ ନିରତେ
ମାହେନ୍ଦ୍ର ମୁହୂର୍ତ୍ତ ଗୀତି ।

ସୁଧା ଝରିଯାଏ କଥା କହିଯାଏ
ଗୁଣୁ ଗୁଣୁ କାନେ
ମୌସୁମୀ ମଳୟ ପ୍ରୀତି ।

ଦେବାଳୟ ଦ୍ୱାରେ ଦେବଦାସୀ ପରି
ନିରତେ ଲଗ୍ନରେ
ନିର୍ମାର୍ଲ୍ୟ ନର୍ତ୍ତକୀ ସାଜି ।

ତ୍ୟାଗରେ ତ୍ୟାଗରେ ଭରିଦେଲ ମୋର
ମନ ଅଗଣାରେ
ସୁଖର ସଙ୍ଗୀତ ରାଜି ।

ବିଦେହ ବୈଦେହୀ ନୁହଁ ତୁମେ,ସତ
ମୁଁ ନିଜେ ବି ନୁହେଁ
ମିଥିଳା ରାଜ କୁମାର ।

ବୈଦିକ ଭାରତ ନାରୀ ରତ୍ନ ତୁମେ
ଅଙ୍ଗରେ ଆତ୍ମାରେ
ପୂଣ୍ୟ ଧାରା ସମାହାର ।

ତୁମରି ମହକ ଜୀବନ୍ତ,ସନ୍ତକ
ନାରୀରେ,ନାରୀରେ
ପୁଣ୍ୟ ପ୍ରେରଣାର ଧାରା ।

ଭରିଦିଅ ପ୍ରୀତି ସୁଗନ୍ଧିତ ରୀତି
ଗୁଣରେ କର୍ମରେ
ଆଶ୍ୱାସନା ଅପାସୋରା ।

ନୈବେଦ୍ୟରେ ତୁମ ସହନଶୀଳତା
ନିଷ୍ଠାରେ ତୁମରି
ଅଭେଦ୍ୟ ଅସରା ପୂଜା ।

ଭକ୍ତିରେ ତୁମରି ବ୍ରତ ଉପାସନା
ଅର୍ପଣରେ ଅଛି
ଆତ୍ମୀୟତାଅର୍ଘ୍ୟ ଖଞ୍ଜା ।

ନାରୀ ତୁମେ,ତୁମ ନରମ ନୈବେଦ୍ୟ
ଭାରତୀୟ ରଙ୍ଗେ
ଭାରତୀୟ ପରମ୍ପରା ।

ତୁମେ ଗୋ ବନ୍ଦନା ତୁମେ ହିଁ ପ୍ରେରଣା
ସଂଭ୍ରମ ଶାଳିନୀ
ସମ୍ମାନର ପୁଣ୍ୟ ଧାରା ।


Rate this content
Log in