Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhiram Sahoo

Romance

2  

Abhiram Sahoo

Romance

ତୁମରି ପାହାଚ ଉଚ୍ଚ

ତୁମରି ପାହାଚ ଉଚ୍ଚ

1 min
6.8K



ତୁମରି ପାହାଚ ଉଚ୍ଚ

ସେଇ ପାହାଚରେ ପାଦ ରଖିବାକୁ

ସପନ ଦେଖିବା ମିଛ ॥


ଭାବିବାକୁ ମୋତେ ଭାରି ଭଲଲାଗେ

ତୁମ କଥା ବେଶି ବେଶି

ନିରୋଳାରେ ତୁମ କବରୀରେ କେତେ

ଫୁଲ ମୁଁ ଦେଇଛି ଖୋସି

ସେ ଫୁଲ ଠିକଣା ଦିନେ ବି ଖୋଜିନ

କଣ୍ଟାରେ ଦେଇନ ହାତ ॥


ରାତିକୁ ଆପଣା କରିଛି ତୁମକୁ

ସପନ ଦେଖିବି ବୋଲି

ତୁମେ ସେ ରାତିର ନିଦ ମୋ ଆଖିରୁ

ନିଇତି କରୁଛ ଚୋରି

ମିଛଟାରେ ହସି କହୁଛ ମୁଁ ତୁମ

ପ୍ରୀତିର କଦମ୍ବ ଗଛ ॥

×××


Rate this content
Log in