Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

4.8  

Sadananda Sahoo

Others

ଯୌବନ

ଯୌବନ

1 min
537



ଧନ ଯଉବନ କ୍ଷଣ ସ୍ଥାୟୀ ଜାଣ

ଅପସରି ଯାଏ ଆପେ ,

ସମୟ ଚକ୍ରରେ ସଵୁ ହଜିଯାଏ

ବିଧିର ବିଧାନ କୋପେ ! !


ମର୍କଟିବି ହସେ ଯୌବନ ଊଚ୍ଛ୍ଵାସେ

ରମ୍ଭାକି ମେନକା ହେଜି ,

ଯୌବନ ପ୍ରକୋପ ସୌନ୍ଦର୍ଯ୍ୟ ବିଶେଷ

ସୃଷ୍ଟିର ବିଭବ ରାଜି ! !


ସରସ ସୁନ୍ଦର ସୁଲଭ ଯୌବନ

ଗୌରବରେ ବିମଣ୍ଡିତ ,

କାମ ଅଗ୍ନି ବହ୍ନି ନିୟନ୍ତ୍ରଣେ ରଖି

ହୁଅ ସର୍ବେ ଆଦର୍ଶୀତ ! !


ସଞ୍ଜମତା ମନ୍ତ୍ର କରହେ ' ପୋଷଣ

ଯୌବନା ବିଭବା ସାଥୀ ,

ମାନ ସନମାନ ରହିବ ଅକ୍ଷୂର୍ଣ୍ଣ

ସମାଜେ ବଢିବ ଖ୍ଯାତି ! !


ନବା ଯଉବନା ସାଜ ଦୃଢମନା

ପ୍ରତାରିତ ହୁଅ ନାହିଁ ,

ପ୍ରେମ ପ୍ରବଞ୍ଚନା ବିରଳ ଯାତନା

ପାରିବନି ତୁମେ ସହି ! !


ନିନ୍ଦା ଅପନିନ୍ଦା କଳଙ୍କର ଛିଟା

ଯୌବନର କଳା ଦାଗ ,

ସୁନ୍ଦର ଯୌବନ ହରାଇବ ଯଶ

ସମାଜ ବୋଳିବ ରଙ୍ଗ ! !


କ୍ଷଣିକ କାମନା କରେ ବାଟବଣା

ଯୌବନର ଅଭିଳାଷ ,

ଉଦ୍ଭଟ୍ଟ ପ୍ରେମର ଏଇ ରୂପରେଖ

ମର୍ଯ୍ୟାଦାକୁ କରେ ଧ୍ଵଂସ ! !


ପ୍ରେମୀକ ପ୍ରେମିକା ସର୍ବ ଜନାଦୃତା

ଯୌବନ ଚରଣାଶ୍ରିତ

ପ୍ରେମ ମନ୍ତ୍ର ପଢି ଖୋଲ ଜ୍ଞାନ ପେଡ଼ି

ସମାଜ ସାଜିବ ମିତ ! !

- - - - - - - - - - - - - - - - - - - - -- - - -

ସଦାନନ୍ଦ ସାହୁ ,


କାରା କର୍ମଚାରୀ , , କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର ! !


Rate this content
Log in