Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ଟେନ୍ସନ୍

ଟେନ୍ସନ୍

1 min
6.8K


ଟେନ୍ସନ୍

 

ରାଜେଶ କୁମାର ଜୈନ୍ (ଶାନ୍ତି ରାଜେଶ)

 

ଜନସାଧାରଣ ଦିଅନ୍ତୁ ଟିକେ ନଜର

ବ୍ୟାପିଛି ମାନସିକ ବ୍ୟାଧିର ଜହର

ମାଡ଼ିଛି ତା ଡଙ୍କ ଘରକୁ ଘର

ଜୀବନ-ଗାଡ଼ିଟା ସମ୍ପୂର୍ଣ୍ଣ ଅସ୍ଥିର

ଜଣେ ଅନ୍ୟଜଣକର କଥା ଶୁଣି

ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ

ଗଳାକାଟ ପ୍ରତିସ୍ପର୍ଦ୍ଧାରେ ଆଗେଇବା

ପଡ଼ୋଶୀଙ୍କ ମାଲ୍ ଦେଖି

ସାମନାବାଲାର ଚାଲ୍ ଦେଖି

ନିଜର ଖାସ୍ତା ହାଲ୍ ଦେଖି

ଖାଲି ଟେନ୍ସନ୍ ହିଁ ଟେନ୍ସନ୍

ଚାକରାଣୀ ତ ମହା ଟେନ୍ସନର ଘର

ନଆସିଲେ ଶବ୍ଦର ବାଣ ଭୟଙ୍କର

ନିଦ ପାଇଁ ‘ଟେନ୍ସନ୍ ଭଗାଓ’ ବଟିକା

ଲାଗୁଛି ସବୁ ଏବେ ନୃତ୍ୟନାଟିକା

କ’ଣ କରିପାରିବେ ସରକାର

ନାହିଁ କିଛି ଡାକ୍ତରୀ ଉପଚାର

ଅବ୍ୟର୍ଥ ଔଷଧ ଆପଣଙ୍କ ବିଚାର

ପରିବର୍ତ୍ତନ କରନ୍ତୁ ବ୍ୟବହାର

ଭାବନାରେ ଶୁଦ୍ଧ ଆଚାର ବିଚାର

ଭୁଲରେ ବି ହସନ୍ତୁ ଥରେ ଦୁଇଥର

କମିଯିବ କିଛି ଟେନ୍ସନର ଧାର

ଈଶ୍ୱରଙ୍କ ପ୍ରତି ଟିକିଏ ଆଟେନ୍ସନ୍

ନହେଲେ କରିଦେବ ଏତେ ରିଆକ୍ସନ୍

ସମୟ ନଥିବ ନେବାକୁ ପ୍ରପର୍ ଆକ୍ସନ୍

ମରଘଟରେ ଲେଟରେ ନେମ୍-ପ୍ଲେଟ୍

ଆଉ କେବେ ହେବନାହିଁ ଭେଟ୍ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy