Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

2  

Dr Jharana Satapathy

Others

ମନ ମୋର କଵିର ଭଣ୍ଡାର

ମନ ମୋର କଵିର ଭଣ୍ଡାର

1 min
269


ମନ ମୋର ଏକ କଵିର ଭଣ୍ଡାର

କବିତା,ଗଳ୍ପରେ ରହିଛି ସେତ ଭରପୁର  l


ମନ ଆଇନାରେ ଉଠେ ନାନା ଜୁଆର

ସ୍ବପ୍ନ ହୋଇବ ମୋର ନିଶ୍ଚୟ ସାକାର  l


ଏଥର ସମସ୍ତେ ମିଳିମିଶି କରନ୍ତୁ ବିଚାର

ସୁମତାମତ ଦେବା ନିହାତି ଦରକାର l


କଲମ ତୁଳିକୁ ମୋର ହାତରେ ଧରି

କାଗଜରେ ଲେଖିଦିଏ ଭାବନା ପ୍ରକାଶ କରି l  


ଲେଖାରେ ଭରପୁର ମୋ କବିତା ଆସର

ସରସ ସୁନ୍ଦର ସହ ଶବ୍ଦର ଭଣ୍ଡାର l


ଲେଖନୀ ମାଧ୍ୟମରେ ଦିଏ ପରିଭାଷା

କବି ହିଁ ବୁଝିପାରେ କଲମର ଭାଷା l


ସ୍ମୃତି ପ୍ରତିଛବି ଆଙ୍କିବାରେ ନିଶା

ଭାବନାର ଅନ୍ତରାଳେ ଅଶୁମାରୀ ଆଶା l


ହଜିଯାଏ ଲେଖନୀର କୁହୁକ ସ୍ପର୍ଶରେ

ମନର ଭାବନା ରଖେ ଲେଖନୀ ମୁନରେ l



Rate this content
Log in