Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational Others

3  

KUMUDA CHANDRA DALEI

Inspirational Others

ଜୀବନର ମାନେ

ଜୀବନର ମାନେ

1 min
13.1K


ଜୀବନର ମାନେ ନୁହେଁ

ପ୍ରାଚୁର୍ଯ୍ୟର ଭୋଗ ଓ ବିଳାସ ,

ଶୀତ ତାପ ନିୟନ୍ତ୍ରିତ ଆବଦ୍ଧ କୋଠରୀ ମଧ୍ୟରେ

ରୂପବତୀ ରୂପସୀର କୋମଳ

କର ସ୍ପର୍ଶର ମାଦକତା l

ବହିଃ ଇନ୍ଦ୍ରିୟର କ୍ଷଣିକ ଇନ୍ଦ୍ରିୟ ଲାଳସାର ଉପଭୋଗ୍ୟତା l

ଜୀବନର ମାନେ...

ସ଼୍ଙୃଷ୍ଟି ଓ ସ୍ରଷ୍ଟାର

ନିହିତ ଉଦ୍ଦେଶ୍ୟ ସାଧନ ପାଇଁ

ପ୍ରତିକ୍ଷଣ ଲେପି ଦେବା ପାଇଁ

କର୍ମ ନିଷ୍ଠାର ବିନ୍ଦୁ ବିନ୍ଦୁ ପ୍ରଲେପ l

ଜୀବନର ମାନେ ନୁହେଁ....

ଆଳସ୍ୟର ଓ ସ୍ୱାର୍ଥପରତାର

ଭଙ୍ଗା ଆଇନାରେ

ଅହରହ ପ୍ରତିଫଳିତ କରାଇବା

ନିଜର ଅସପୂର୍ଣ୍ଣ ଅସ୍ପଷ୍ଟ ପ୍ରତିଛବି l

ଜୀବନର ମାନେ..

ସମୟର ନିରନ୍ତର ଗତି ସହ

ପ୍ରତି ମୁହୂର୍ତ୍ତ କର ତତ୍ପରତାରେ

ନିଜକୁ ହଜାଇ ଦେଇ

ସ଼୍ଙୃଷ୍ଟିର ହିତରେ ପ୍ରାଣ ବିସର୍ଜନ ପୂର୍ବକ ସାମାଜିକ ପଙ୍କିଳ କର୍ଦମରୁ

ପୌରୁଷର ମଣିକାଞ୍ଚନ

ସାଉଁଟିବାର ଚରମ ନିଷ୍ପତି l

ଜୀବନର ମାନେ ନୁହେଁ...

ପ୍ରଭୁତ୍ଵର ପରାକାଷ୍ଠାରେ

ନେପୋଲିଅନ୍ ଓ ହିଟଲରଙ୍କ ପରି

ନିଜକୁ ପରିଚିତ କରାଇବାର

ନିର୍ମମ ନିଷ୍ଠୁରତା l

ଜୀବନର ମାନେ..

ମଦର୍ ଟେରେସାଙ୍କ ପରି

ସେବା ଆତ୍ମିୟଟାର ପୀୟୂଷ

ପାନ ପୂର୍ବକ ବିଶାଦ ପୂର୍ଣ୍ଣ ହୃଦୟର

ଶୁଷ୍କ ନିରାଶା ଓଠରେ

ଆତ୍ମୀୟତାର ସ୍ମିତହାସ୍ୟ

ସ଼୍ଙୃଷ୍ଟିକରାଇବାର ଅଦମ୍ୟ ପ୍ରଚେଷ୍ଟା l

ମାନବ ସେବାରେ ଆତ୍ମୋତ୍ସର୍ଗ

କରାଇବାର ଦୁର୍ବାର ମାନସିକତା l


Rate this content
Log in

Similar oriya poem from Inspirational