ଜାଣେନା ଫେରିବ କେବେ ................................
ଜାଣେନା ଫେରିବ କେବେ ................................
ଜାଣେନା ଫେରିବ କେବେ ................................ ଫେରିବ ବୋଲି ଯେ ଦେଲ ପ୍ରତିଶ୍ରୁତି ବିଶ୍ବାସ ହୁଏନି ମୋର, ତୁମ ସ୍ମୃତିହୀରା ମନଗହନରେ ଅଛି ହେ ବ୍ରଜ ସୁନ୍ଦର। ଯେଉଁ ଉପବନେ ଘୂରିବୁଲୁଥିଲା ମନ ହୋଇ ପ୍ରଜାପତି, ଫୁଲର ସୁରଭୀ ମହକାଉଥିଲା ଅନ୍ତର ଭିତର ନିତି, ପ୍ରୀତି ଫୁଲରେଣୁ ବିଞ୍ଛିହୋଇ ମନ ହେଉଥିଲା ପୁଲକିତ ସୁଗନ୍ଧରାଜର ମହକ ହୃଦୟ କରୁଥିଲା ସୁଗନ୍ଧିତ, କାଳ ବଇଶାଖୀ ଆସି ସେ ବନକୁ ଦେଲା ଦିନେ ଧ୍ବଂସ କରି, ସେଇ ଉପବନ ଧ୍ବସ୍ତ ଧୁଳିସାତ ସାଜିଅଛି ପ୍ରେତପୁରୀ। ହୃଦୟ ଭିତରେ ନିଆଁ ଜଳେ ଆଜି ସ୍ମୃତି ହେବକି ଅଙ୍ଗାର ! ଅବିଶ୍ବାସ ଧୁଆଁ ଆଖି ବାନ୍ଧିଦିଏ ଅନ୍ତରୁ ଝରେ ରୁଧିର। ଜାଣେନା ଆସବ କେବେ, ଆଖିର ଅଶ୍ରୁରେ ଆଶାର ଦୀପାଳୀ ଲିଭି ଯାଇଥିବ ତେବେ!
କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡା