Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ଅଧାଗଢା ପ୍ରେମ

ଅଧାଗଢା ପ୍ରେମ

1 min
6.9K


ବହୁ ଦିନ ପରେ ଆଜି ପୁଣି ଥରେ

ପ୍ରିୟା ସହ ଭେଟ ହେଲା

ଜାଣିଲି କାହିଁକି ଏତେ ଦିନ ହେଲା

ମୋ ଠାରୁ ଦୂରେଇ ଥିଲା ।

ବହୁ ଦିନ ହେଲା ଦେଖିବାକୁ ତାକୁ

ମନ ମୋର ଝୁରୁଥିଲା

ଦେଖିଦେଲା ପରେ ଅତି ସହଜରେ

ସ୍ଵପ୍ନ ସବୁ ହଜି ଗଲା ।

ଆଢୁଆଳେ ତାର ଫେରିଯିବି ଭାବି

ଫେରେଇଲି ଯେବେ ପାଦ

କେଜାଣି କାହିଁକି ବୁଲି ଚାହିଁବାକୁ

ମୋତେ ସେ କରିଲା ବାଧ୍ୟ ।

ସିଂଥିରେ ତାହାର ଦେଖିଲି ସିନ୍ଦୁର

ବେଶି ସେ ଝଟକୁ ଥିଲା

ଭାବିଲି ମୋ ଠାରୁ ଆଉ କିଏ ବୋଧେ

ବେଶି ଭଲ ପାଇଗଲା ।

ଏତେ ଦିନ ହେଲା ଯେଉଁ ଆଶା ଟିକ

ମନରେ ମୋ ରହିଥିଲା

କିଛି ମୁହୂର୍ତ୍ତରେ ସତେ କି ଯେମିତି

ସବୁ ଆଶା ମରିଗଲା ।

ସେଦିନ ପାରିବି ମୋତେ ଦେଖି ସିଏ

ସେଇମିତି ହସୁଥିଲା

ହେଲେ ସେହି ହସ ଖୁସି ବଦଳରେ

ଦୁଃଖ ବେଶି ଦେଉଥିଲା ।

ସିଏ କି ବୁଝିବ ଅପେକ୍ଷାରେ ତାର

ଦିନ ମୋର କଟୁଥିଲା

ଆଉ କାହା ସାଥେ ଘର ସଜାଡ଼ି ସେ

ନୂଆ ଖୁସି ପାଇଥିଲା ।

ହୃଦୟରେ ସିନା ଲେଖି ସାରିଥିଲା

ସିଏ ଆଉ କାହା ନାମ

ସିଏ କି ଜାଣିବ ତା’ ପାଇଁ ରହିଲା

ମୋର ଅଧା ଗଢା ପ୍ରେମ ।


Rate this content
Log in