Audio

Forum

Read

Contests

Language


Write

Sign in
Wohoo!,
Dear user,
କବାତା
କବାତା
★★★★★

© Rajalaxmi Tripathy

Romance Abstract Others

1 Minutes   6.6K    4


Content Ranking

ଏମିତି ହୁଏ

ଦଲକାଏ ପବନ

ମନ ବଦଳାଇଦିଏ

ଓଠର ଚେନାଏ ହସ

ଜୀବନକୁ ଆପଣାଇ ନିଏ।

ନିମିଷକର ଦୃଷ୍ଟି

ହୃଦୟକୁ ବାନ୍ଧିରଖେ

ଗୋଟିଏ ଶବ୍ଦ

ଭେଦକରେ ସବୁ ନିସ୍ତବ୍ଦତା।

କ୍ଷଣିକର ସ୍ପର୍ଶ

ଆଣିଦିଏ ସ୍ବର୍ଗୀୟ ଅନୁଭବ

ମୁହୁର୍ତ୍ତକର ମୋହ

ଧରିରଖେ ଆବେଗ ସକଳ

ଗୋଟିଏ ସମ୍ପର୍କ

ବନ୍ଦୀକରେ ସମଗ୍ର ଜୀବନ।

।।। ରାଜଲକ୍ଷ୍ମୀ ।।।

ଏମିତି ବି ହୁଏ ସ୍ବପ୍ନ ସ୍ପର୍ଶ ସମ୍ପର୍କ

Rate the content


Originality
Flow
Language
Cover design

Comments

Post


Some text some message..