Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ସିଏ ମାଆ ଏହି ଧାମେ

ସିଏ ମାଆ ଏହି ଧାମେ

1 min
159



ତା ପାଇଁ ଜୀବନ, ତା ପାଇଁ ଆରାମ

ସିଏ ମାଆ ସମ ଆମ,

ଜନମ ଠାରୁ ତ ମରଣ ଯାଏ ସେ

କରେ ଆମପାଇଁ କାମ।

ସିଏ ଥିଲେ ଋତୁଚକ୍ର ବଦଳିଥାଏ

ଜଗତକୁ ଦିଏ ଶୀତଳ,

ତା ପାଇଁ ଧରାରେ ସବୁଜ ବଳୟେ

କଳକଳ ବହେ ଜଳ।

ସୃଷ୍ଟି ଆରମ୍ଭରୁ ପାଶେ ପାଶେ ରହି

କରଇ ଅମୂଲ୍ୟ ଦାନ,

ଭୁଲି ତା ଅଦୃଶ୍ୟ ସ୍ନେହ ପ୍ରେମ ସବୁ

ବିନାଶୁ ତାର ଜୀବନ।

ବିଶୁଦ୍ଧ ପବନ,ଶୁଦ୍ଧ ପରିବେଶ

ନିୟନ୍ତ୍ରଣ ରହେ ବିଶ୍ଵ,

ଉଦ୍ ଭ୍ରାନ୍ତ ମଣିଷ ମୋହେ ମୋହାଛନ୍ନେ

ନିପାତେ ତାହାର ବଂଶ।

ତା ବଂଶ ବୁଡିଲେ ଆମ ଭେଳା ନିଶ୍ଚେ

କ୍ଷଣିକେ ବୁଡିବ ଜାଣ,

ନିସ୍ପାପ,ନିରୀହ,ନିରିମାଖି ସିଏ

ଆମରି ଜୀବ ଜୀବନ।

ଛୋଟ ଶିଶୁ ସିନା ବୃହତ ସମ୍ଭାବନା

ଭରିଅଛି ତାର ଦେହେ,

ସୁନ୍ଦର ପୃଥିବୀ ସଦା ହସୁଥାଉ 

ବୈକୁଣ୍ଠ ଧାମ ପ୍ରାୟେ।


Rate this content
Log in

Similar oriya poem from Inspirational