Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

4.3  

Bhakta Malla

Others

ସମ୍ବନ୍ଧ

ସମ୍ବନ୍ଧ

1 min
6.9K


ତମେ ରଖିପାର ଦୈହିକ ସଂପର୍କ,

ଦୋଷାବହ ନୁହେଁ ପରକୀୟା,

ପ୍ରୀତି ନୁହେଁ ଅପରାଧିକ ମାମଲା,

ଆଇନତଃ ମୁକ୍ତ ତମେ,

ଭୋଗିବାକୁ ହେବ ନାହିଁ,

ଅବରୁଦ୍ଧ ଜେଲ ର ଶାଳା,

ଅବା ଶରୀରର ଜ୍ବାଳା ।


ତମ ଗୁମୁରି କାନ୍ଦୁଥିବା ଇଚ୍ଛା,

ଏବେ ଏବେ ମୁକ୍ତ କରାହେଲା ,

ନିଃସଙ୍କୋଚରେ ତମେ ଖୋଜିପାର,

ତମ ନିଜ ପାଇଁ ସାଥୀ,

ଭରାପ୍ରେମ ପ୍ରୀତିର ପିଆଲା ।


ତମ ବଦଳ କରିପାର ନିଜକୁ,

ବଦେଳେଇ ପାର ରୁଚିକୁ,

ତମକୁ ଛାଡି ଦିଆଗଲା,

ନିଜ ଆୟତ୍ତର କାରାରେ ,

ତମେ ଏବେ ବାଧ୍ୟ ନୁହଁ,

ଗୋଟିଏ ଶଯ୍ୟାରେ,

ଭୋଗିବାକୁ ଶହ ଶହ ରାତିର,

ନିଶବ୍ଦ ଯଂନ୍ତ୍ରଣା,

ସ୍ବର୍ଗ ଏବେ ତମ ହାତ ପାହନ୍ତାରେ ।


ପ୍ରତିରୋଧର ସବୁ ବାଟ

ସମାଜର ସଂସ୍କାରର

ନୀତି ଆଉ ନିୟମର

ଅଳନ୍ଧୁ ଭର୍ତ୍ତି ସିନ୍ଦୁକ ଟିକୁ

ଫୋପାଡିବାକୁ ହେଲା

ଯାହା ରହିଥିଲା ଚାବି ପଡି

ଯୁଗ ଯୁଗ ଧରି

ତମ ଚୌହଦୀରେ ତିନିକାଳ ।


ଏବେ ତୁମେ ନିମନ୍ତ୍ରଣ କରିପାର,

ତୁମ ଶୟନ କକ୍ଷକୁ,

ତମଇପ୍ସିତ ଅଭିସାର,

ସୃଷ୍ଟି କରିପାର ଭିନ୍ନ ଏକ କୋଠରୀରେ,

ଭିନ୍ନ ଏକ ଶଯ୍ୟା,

ଦରକାର ନାହିଁ,

ତମ ଖୋଜୁଥିବା ନିବିଡ ଅନ୍ଧାର ।


ଏବେ ଏବେ ହେଲା,

ନାରୀ ଓ ପୁରୁଷର ନୂଆ,

ନୂଆ ସଂବିଧାନ,

ଯାହା ମୁକ୍ତ ଭାବେ ହୋଇପାରେ,

ପ୍ରେମ ଶୂନ୍ୟ ସ୍ନେହ ଶୂନ୍ୟ,

ପ୍ରତାରଣା ପୂର୍ଣ୍ଣ,

ସାମୟିକ ଚିତ୍ତ ବିନୋଦନ ।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା ।

28th September 2018.


Rate this content
Log in