ଗଛର ଆତ୍ମକଥା
ଗଛର ଆତ୍ମକଥା
ଗଛଟିଏ ମୁଁ ଯେ କେତେ ଉପକାରୀ
ତୁମେ କିବା ଜାଣ ନାହିଁ
ଅତି ହିଁ ନିରୀହ ଜୀବନଟା ମୋର
କାଟନାହିଁ କାଟନାହିଁ ।
ଚେର, ମୂଳ, କାଣ୍ଡ, ପତ୍ର, ଫୁଲ, ଫଳ
ସବୁ ତ ତୁମରି ପାଇଁ
ତୁମ ପାଇଁ ବର୍ଷା ଡାକି ଆଣେ ପୁଣି
ଖରାବେଳେ ଦିଏ ଛାଇ ।
ସରସ ସୁନ୍ଦର ଜୀବନ ତୁମର
କେବଳ ତୁମରି ପାଇଁ
ମୋ ଜୀବନ କିନ୍ତୁ ନୁହେ ମୂଲ୍ୟହୀନ,
ଜଗତର ହିତ ପାଇଁ ।
ସବୁ ଜାଣି ପୁଣି ହେ ମଣିଷ ଭାଇ
ଅବୁଝା ହେଉଛ କାହିଁ
ଦୁର୍ବିସହ ହେବ ତୁମରି ଜୀବନ
ମୋତେ ଜମା କାଟନାହିଁ।