Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Mishra

Others Abstract Inspirational

4.6  

Snigdha Mishra

Others Abstract Inspirational

ମୁଁ ନାରୀଟିଏ

ମୁଁ ନାରୀଟିଏ

1 min
13.2K


  ମୁଁ ନାରୀଟିଏ

*********

ମୁଁ କ’ଣ ଏକା ସ୍ୱପ୍ନର ନାୟିକା

ସ୍ୱପ୍ନରେ ସ୍ୱପ୍ନରେ ରହେ

ବାସ୍ତବରେ ମୁଁ କି ଅସ୍ତିତ୍ୱଶୂନ୍ୟା 

ଶୂନ୍ୟରେ ପୂର୍ଣ୍ଣତା ପାଏ ।

 

ମୁଁ ନୁହେଁ କି କା’ର ଜୀବନ ଆଧାର

ନୁହେଁ ବି ପ୍ରୀତିର ଗୀତି

ଜଳିବା କି ଏକା ଭାଗ୍ୟ ମୋହର

ମରୁବକ୍ଷ ମୋ ନିୟତି ।

 

ସମର୍ପଣ କି ମୋ ବଂଚିବାର ରାହା

ନିଃଶ୍ୱାସ ନୁହେଁ ସ୍ୱାଧୀନ

ଇଚ୍ଛାତକ ଯେତେ ସାଉଁଟିବା ପାଇଁ

ମନ ତଳେ ନାହିଁ ସ୍ଥାନ ।

 

ମୁଁ ପରା ଦୁହିତା,ଭାରିଜା,ପ୍ରେମିକା

ମୁଁ ହିଁ ଜନନୀ ଭଗିନୀ

ତଥାପି ତ ମୋର ପରିଚୟ ନାହିଁ

ତୀରହଜା ମୁଁ ତରଣୀ ।

 

ଦେବୀର ଆସନେ ଅଧିଷ୍ଠିତ ମୁହିଁ

ପୂଜିତ ସମାଜ ଆଗେ

ହେଲେ ମୋର ସତ୍ତା ଏଇ ସମାଜରେ

ଧୂଳିକଣା ସମ ଲାଗେ ।

  

ଚାଲିବା ପାଇଁକି ପୁଷ୍ପିତ ଗାଲିଚା

ମୁଁ ତ କେବେ ମାଗେନାହିଁ

ନାରୀଟିଏ ମୁହିଁ ବଂଚିବାକୁ ଚାହେଁ

ସ୍ୱଂ ସଂପୂର୍ଣ୍ଣା ହୋଇ । 

 

ସ୍ନିଗ୍ଧା ମିଶ୍ର


Rate this content
Log in