Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Karttik Sethi

Children

3  

Karttik Sethi

Children

କାଳିଆ ସାଆନ୍ତ

କାଳିଆ ସାଆନ୍ତ

1 min
6.4K


  କାଳିଆ ସାଆନ୍ତ

    *****************

କାଳିଆ ସାଆନ୍ତ    ପାଖକୁ ଆସନ୍ତ

       ହସି ପଦେ କଥା କହନ୍ତ

ଶରଧା ଚକୁଳି     ପିଠା ସରପୁଳି

      ନାଲିଆ ପାଟିରେ ଖାଆନ୍ତ ।।

 

ଆମ ବାରିପଟେ  ଜାମୁକୋଳି ଗଛେ

      ଚଢିଲେ ମୁୁୁଁ  ତଳୁ  ଦେଖନ୍ତ

ଅତି ସୁଆଦିଆ     ବଡ ବଡ କୋଳି

     ବାଛି ବାଛି ସତେ ଖାଆନ୍ତ ।।

 

ମନୁଆଁ ଠାକୁର    ଭାବେ ତୁମ ରଙ୍ଗ

     ମିଠା କେତେ ତୁମେ ଜାଣନ୍ତ

ଦର୍ପଣ ଦିଅନ୍ତି    ଦେଖିବାକୁ ମୁହିଁ 

      ଅଗଣା ରେ ଟିକେ ହସନ୍ତ ।।

 

 

 

 


Rate this content
Log in