Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Comedy

3  

Abhakanta

Comedy

ତ୍ରାହି ମାଂ

ତ୍ରାହି ମାଂ

1 min
6.9K


ତ୍ରାହି ମାଂ

 

ଆଭାକାନ୍ତ ମହାନ୍ତି

 

ମନଘୋଡ଼ା ପରେ ଅହଂ ସଇସ ଲୋ

       ହାତେ ଯଉବନ-ଖଣ୍ଡା,

ସ୍ୱଇଚ୍ଛା ଯାତ୍ରାର ଆରମ୍ଭେ ପାଇଛି

       ନୀତି-ହତେଶ୍ୱର ଧଣ୍ଡା  ।

 

କୁଙ୍କୁରିକାଙ୍କୁରି ସମାଜ ଶୋଇଛି

       ଅନୁତାପ-ଗଛ ତଳେ,

ହେଇତି ତ ତଳ ନଈପଠାଟାରେ

       ନିୟମର ଜୁଇ ଜଳେ  ।

 

କେଇଜଣ ବସି ପସ୍ତାଇ କାନ୍ଦନ୍ତି

       କା' ଆଖିରେ ଲୁହ ନାହିଁ,

କଞ୍ଚା ହାଡ଼ମାଂସ ଜଳିଯାଉଅଛି

       ସିଇଁସାଆଁ-ରିଇଁଝିଇଁ  ।

 

ଗୁମୁରା ଗପରେ ଗଣତି ଚାଲିଛି

       ଭାଇମାନେ ହେବେ ପ୍ରାୟେ,

ସେ ପାଉତି କାହିଁ, ସେ ଥଳିଟା ନାହିଁ

       ସେ ବିଲଟା ଗଲା ହାଏ !

 

ଅହଂ ପଛେ ତା'ର ଅଛନ୍ତି ସଇନେ

       ଏକୁ ଏକ ବଳୀୟାର,

ମାନ୍ୟ ପୁଣ୍ୟ ଦଳି ଦୋକତା ଖାଆନ୍ତି

       ମଦହୋସେ ଭରପୂର  ।

 

ଦୂରଦୃଷ୍ଟି କଥା ଦୁଆର ମାଡ଼େନି

       କର୍ମଫଳେ ଚିନ୍ତା ନାହିଁ,

ଯାହା ହେବ ଦେଖାଯିବ, ଡରିବାଟା

       ସ୍ୱାର୍ଥସାଧନରେ କାହିଁ ?

 

ବିବେକ ବିରୁଦ୍ଧେ ଯୁଦ୍ଧ କରିବେ ସେ

       ଲୋଡ଼ା ନାହିଁ ତା ଜୀବନେ,

ବ୍ରହ୍ମାଣ୍ଡେ ସୀମିତ କରିଛି ବିଜ୍ଞାନ

       ବିବେକକୁ କିଏ ଗଣେ ?

 

ବିବେକ ସଇନେ ବାର ବାର କରି

       ହରାଇଛି କେତେଥର,

ସମାଜ ନାମରେ ବଞ୍ଚିଯାଉଛି ସେ

       ଦେଖିନେବ ଏଇଥର  ।

 

ସମାଜ, ସମାଜ, କି ସମାଜ କି ହେ

       କି ମିଳିବ ସମାଜରୁ,

ପାଶେ ଧନ ଥିଲେ ସମାଜଟା ବାନ୍ଧି-

       ପାରିବ ଯେସନେ ଗୋରୁ  ।

 

ତେଣୁ ଅଯଥାରେ ବିବେକ କାହିଁକି

       ଜମାଇଛି ତା ଆସନ,

ସେ'ପାଇଁକି ଅହଂ ବାଛି ବରିଅଛି

       ଆଜି ଉଦଣ୍ଡିଆ ମନ  ।

 

ତେଣୁ ଇଚ୍ଛା ଆଜି ଫୁଙ୍ଗୁଳା ସାଜିଛି

       ହୋଇ ଫୁଲା ଫାଉଁତିଆ,

ତ୍ରାହି ମାଂ ତ୍ରାହି ମାଂ ସମାଜ ଡାକୁଛି

       ହୋଇ ବୁଲା ବାଉତିଆ  ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Comedy