ଧେତ୍ ତେରିକି
ଧେତ୍ ତେରିକି
କବିତା ଆଜି ଢଗ ପାଲଟିଛି
ଚାରୋଟି ପଦରୁ ଅଧିକା ନହିଁ ।
କଣ୍ଟାରେ ଡାଳଟି ଳଟେଇ ନହେଲେ
ତାକୁ ଆମେ ଲତା କହିବା କାହିଁ ?
ଏଠି କହି କାହାର ତଳିପା ନୁହଁ
ଜୋତା ପିନ୍ଧି ଖାଲି ଗରବ କରୁ ।
ପାଦ ତଳୁ ଯେବେ ମାଟି ଟି ଖସେ
ନିଜ ଉପରୁ ନିଜ ଭରସା ହାରୁ ।।
ନିଜର ବୋଲି ଯା'କୁ ନଜର ଦେଲି
ଆଲିଙ୍ଗନ ରେ ସେ ଭୁଷିଲା କଣ୍ଟା ।
ମୋ ପରେ ତା'କୁ ଛାନିଆ ଧରିଲା
ନିଜ ଛାଇ କୁ ନିଜେ କରି ଆଶଙ୍କା ।।
ବାଳୁତ ପିଲାଏ ଦେବତା ସମାନ
ଜଣନ୍ତିନି ସେ କଦା ଛନ୍ଦ କପଟ ।
ତାଙ୍କୁ ନେଇ କିଂପା ଉତ୍ସବ କରୁ
ତାଙ୍କ ପାଈଁ ପରା ଆମରି ନାଟ ।।
କାଠ ପଥର ର ମୁରତି ସାଜନ୍ତି
ମେଇଲ ୱଆଟ୍ସ ଆପର ଯୁଗେ ।
ଭାଷା ଦିବସକୁ ପାଳନ୍ତି ସଭିଏଁ
ଦେଖୁଛି ଦୁନିଆ ଶୁଣୁଛି କିଏ ?
ଆମଠୁ ପ୍ରଥମେ ଆରମ୍ଭ କରିବା
ନିଜକୁ ନିଜେ ଆଗ ବୁଝିବା ଭାଇ ।
ଏମିତି ପ୍ରଳାପେ କି ଲାଭ ରହିଛି
ଯେବେ ଜାଣି ଅଜାଣି ରହୁଛୁ ଚାହିଁ ।।
ଗାଁ ପଠଶାଳା କଲ୍ୟାଣୀ ମଣ୍ଡପ
ଆଜି ଉତ୍ପାଦନ କ୍ଷେତ ସବୁ ପ୍ଲଅଟ ।
ଶ୍ୱାନ ପହଣ୍ଡିରେ ଗାଁ ମନ୍ଦିର ପାବଛ
ଭକ୍ତ ଭିଡେ଼ ଉଡ଼େ କ୍ଷେତ ତୀରଥ ।।
ଦିନେ ବୁଡୁଥିଲା ନଈ ପାଣିରେ ଘର
ଆଜି ବୁଡ଼େ ଉଚ୍ଚା ରାଆସ୍ତା ଘାଟରେ ।
ପର କଥା ଶୁଣି ଘର ଭାଙ୍ଗୁ ଥିଲା
ଆଜି ଭାଁଗେ ଭାଙ୍ଗ ନେଏଟ ଫୋନରେ ।।
ରଞ୍ଜନ କୁମାର ଵ୍ରହ୍ମା
(ଶିକ୍ଷକ- CRCC, ଚିକିଟୀ ଗଡ)