ହୋଲି
ହୋଲି
1 min
417
ରଙ୍ଗ ନେଇ ଥରେ ତୁମେ ନ ଆସିଲେ
ଫଗୁଣ ଫଗୁଣ ଲାଗେନା
ପିଚକାରୀ ଧରି ତୁମେ ନ ଆସିଲେ
ହୋଲି ମତେ ଭଲ ଲାଗେନା (1)
ଭାବୁଛି ଏଥର ସତରେ ଫେରିବ
ଅବିର ସାଥିରେ ନେଇ
ଗଲା କଥା ସବୁ ପଛରେ ପକାଇ
ହୋଲି ଖେଳିବାର ପାଇଁ (2)
ଗଲା ରାଗ ରୋଷ ମାନ ଅଭିମାନ
ପ୍ରୀତିର ରଙ୍ଗରେ ଧୋଇ
ଭାବୁଛି ଫେରିବ ରଙ୍ଗ ବି ଖେଳିବ
ଯିବ ରସଗୋଲା ଖାଇ (3)
ରାଧା ଓ ମାଧବ ରଙ୍ଗ ଖେଳି ଖେଳି
ଭୋଗ ଖାଇ ଯିବେ ଫେରି
ତୁମେ ନ ଆସିଲେ ଆଜି ଏ ହୋଲିରେ
ବସିବି ମୁଁ ମନ ମାରି (4)